କାଢ଼ିନେଲେ କୋଣାର୍କ କାରୁକାର୍ଯ୍ୟ : ହଟଚମଟ

ଏଏସ୍ଆଇର ଦୋମୁହାଁ ନୀତି, ହୁମାୟୁନ କବର ବେଳକୁ କୋହଳ, କୋଣାର୍କ ପାଇଁ କଠୋର, ସାଂସଦ ରଘୁନାଥ ମହାପାତ୍ର, ପଦ୍ମଶ୍ରୀ ପ୍ରଭାକର ମହାରଣା କ୍ଷୁବ୍ଧ

ଭୁବନେଶ୍ବର : ହୁମାୟୁନ କବର ଯେମିତି ଥିଲା, ସଂରକ୍ଷଣ ପରେ ବି ସେମିତି ରହିଛି। ଏହାର ସଂରକ୍ଷଣ କରାଯିବା ବେଳେ ନୂତନ ଖୋଦିତ ପ୍ରସ୍ତର ଓ ନୂତନ ଖୋଦିତ ମାର୍ବଲ ଲଗାଗଲା। ଏଏସ୍ଆଇ କର୍ତୃପକ୍ଷ ବିେରାଧ କରିନାହାନ୍ତି କିମ୍ବା ଓ ଏ ‌କ୍ଷେତ୍ରରେ ୟୁେନସ୍କୋର ବହୁ ପୁରୁଣା ନୀତିନିୟମ ପାଳନ ହେଲାନାହିଁ।

ଯଦି ହୁମାୟୁନ କବର ପାଇଁ ନୀତି ଏମିତି କୋହଳ କରାଯାଇପାରେ, ତେବେ ବିଶ୍ବପ୍ରସିଦ୍ଧ କୋଣାର୍କ ମନ୍ଦିରର ପୁନରୁଦ୍ଧାର ସଂରକ୍ଷଣ େକ୍ଷତ୍ରରେ ୧୯୨୪ ମସିହା ସଂରକ୍ଷଣ ନୀତି କାହିଁକି ଲାଗୁ ହେବ? ଏଏସ୍ଆଇ କର୍ତୃପକ୍ଷଙ୍କର ଦୋମୁହାଁ ନୀତି କାହିଁକି?

କୋଣାର୍କ ମନ୍ଦିରରୁ କାରୁକାର୍ଯ୍ୟ କାଢି ନେଇ ତା ସ୍ଥାନରେ ସମତଳ ପଥର ଲଗାଇବା ଘଟଣାରେ ଏଏସ୍ଆଇ କର୍ତୃପକ୍ଷଙ୍କ ସଫେଇ ଏବେ ଏମିତି ଏକ ବିବାଦକୁ ଛିଡା କରିଛି। କେଉଁ ପରିସ୍ଥିତିେର କେନ୍ଦ୍ର ସରକାର ଓ ଏଏସ୍ଆଇ କର୍ତୃପକ୍ଷ ସେ କ୍ଷେତ୍ରରେ ଗୋଟିଏ ନୀତି ପ୍ରଣୟନ କଲେ ଓ ସେଠାରେ କି ବାଧ୍ୟବାଧକତା ଥିଲା ତାହା ବୁଝାପଡୁନାହିଁ। ବିଶ୍ବ ଐତିହ୍ୟର ଓ କାରୁକାର୍ଯ୍ୟର ଅନ୍ୟତମ ସର୍ବଶ୍ରେଷ୍ଠ ଉଦାହରଣ ବୋଲି କୁହାଯାଉଥିବା କୋଣାର୍କ କ୍ଷେତ୍ରରେ ଏଭଳି ନୀତି ଲାଗୁ କରାଯିବାରେ ଅସୁବିଧା କଣ?

ସେ ଏହାର କାରଣ ଦର୍ଶାଇ କହିଲେ ଯେ, ଯଦି କୌଣସି ପର୍ଯ୍ୟଟକ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସେ ତେବେ ସେ କାମ ହୋଇଥିବା ଅଂଶ ଏବଂ କାରୁକାର୍ଯ୍ୟ ଅଂଶ ଦେଖି ବୁଝିପାରିବ ଯେ ସେତେବେଳେ କେମିତି ଐତିହ୍ୟ ସୃଷ୍ଟି କରାଯାଇଥିଲା।

କୋଣାର୍କ ପ୍ରସଙ୍ଗରେ ଆଜି ଏଏସ୍‌ଆଇର ଉପଅଧିକ୍ଷଣ ପ୍ରତ୍ନତତ୍ତ୍ବବିତ୍‌ ଡ.ରାଜୀବ ଦ୍ବିବେଦୀ କହିଛନ୍ତି,ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ଏଏସ୍‌ଆଇର। ଏହି ଦୃଷ୍ଟିରୁ ମନ୍ଦିରର ଭାଙ୍ଗି ଯାଇଥିବା ଅଂଶକୁ ପଥର ଦେଇ ସଂରକ୍ଷଣ କରିବା ଆମର ଦାୟିତ୍ବ। ପ୍ରତ୍ନତତ୍ତ୍ବ ନିୟମ ଦୃଷ୍ଟିରୁ, କୌଣସି ପ୍ରତିମୂର୍ତି କିମ୍ବା ସେତିକି ଆବଶ୍ୟକ ନଥିଲେ କାରୁକାର୍ଯ୍ୟ ସ୍ଥାନୀତ ହୋଇପାରିବ ନାହିଁ।

କୋଣାର୍କ ଦାୟିତ୍ବରେ ଥିବା ଅଧିକାରୀ ଚିତ୍ତ ରଂଜନ ଦାସ କହିଛନ୍ତି, ପ୍ରାଚୀନ କାରୁକାର୍ଯ୍ୟରେ ମୌଳିକତା ଫେରାଇ ଆଣିବା ସମ୍ଭବ ନୁେହଁ। ନିୟମ ଅନୁସାେର, ଯାହା କାରୁକାର୍ଯ୍ୟ ଅପସାରଣ କରାଯିବ, ତାହା ମହଜୁଦ ରଖାଯିବ। ମିସିଂ ବା ହଜିଯାଇଥିବା କାରୁକାର୍ଯ୍ୟ ସ୍ଥାନରେ ନୂଆ ଓ ଭଙ୍ଗା ସ୍ଥାନରେ କେବଳ ଯୋଡେଇ ହୋଇପାରିବ।

ଅର୍ଥାତ୍ ୟୁେନସ୍କୋର ନୀତି ହେଉଛି, ଭାସ୍କର୍ଯ୍ୟ ନୀତି ଅବକ୍ଷୟ ହେଲେ, ସେମାନଙ୍କୁ ବଦଳାଇ ସମତଳ ପ୍ରସ୍ତର ଲଗାଯିବ। ୧୯୨୪ ମସିହାରେ ଏଏସ୍ଆଇର ପ୍ରଥମ ମହାନିେର୍ଦଶକ ଜନ୍ ମାର୍ଶଲଙ୍କର ଏଭଳି ଚିନ୍ତାଧାରା ଆଜି ୯୬ ବର୍ଷପରେ ବି ଏଏସ୍ଆଇ କର୍ତୃପକ୍ଷ ବଦଳାଇବା ପାଇଁ ଚାହୁଁନାହାନ୍ତି।

ଏଏସ୍ଆଇର ଏଭଳି ପ୍ରତିକ୍ରିୟା ଓଡ଼ିଶାର ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କଲାଣି। ଇନଟାକର ରାଜ୍ୟ ଆବାହକ ତଥା ପୂର୍ବତନ ପୁଲିସ ଡିଜି ଅମୀୟ ଭୂଷଣ ତ୍ରିପାଠୀ ଆଜି ଏ େନଇ ଭୀଷଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କହିଛନ୍ତି, ୨୦୧୩ ମସିହାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ବାରା ଦିଲ୍ଲୀର ବିଶ୍ବପ୍ରସିଦ୍ଧ ହୁମାୟୁନ କବରର ନବକଳେବର ଚିତ୍ର ଦର୍ଶକଙ୍କ ପରିଦର୍ଶନ ପାଇଁ େଖାଲା ଗଲା। ସେ ସମୟରେ େଦଖାଗଲା େଯ ହୁମାୟୁନ କବରର ମୁଖ୍ୟ ଗମ୍ବୁଜ ସଂରକ୍ଷଣରେ ଏଏସ୍ଆଇ ୪୦ େସଣ୍ଟିମିଟର େମାଟା ସିେମଣ୍ଟ କଂକ୍ରିଟ୍ େଯାଡିଥିେଲ। ଆଗା ଖାନ୍ ଟ୍ରଷ୍ଟ ଏହାକୁ କଡ଼ା ବିେରାଧ କରିଥିେଲ। ସିଧା ସିଧା ଜଣାଇଥିେଲ େଯ ମୂଳ ଐତିହ୍ୟର ପୁନରୁଦ୍ଧାର ତାଙ୍କ ଲକ୍ଷ୍ୟ। େସହି ନୀତିକୁ ନେଇ ପୁନଃନିର୍ମାଣ େହବା ଦରକାର। ଏଏସ୍ଆଇ କର୍ତୃପକ୍ଷ ତାକୁ ମାନିଥିେଲ। ଏହି ସିମେଣ୍ଟ କଂକ୍ରିଟ୍ ବାହାର କରାଗଲା। ତା’ ସହିତ ହଜାର ହଜାର ଟନ୍ କଂକ୍ରିଟ୍ ଏ ସ୍ଥାନରୁ ବାହାର କରାଯାଇ ତା ବଦଳରେ ମୂଳ ପ୍ରସ୍ତରମାନ ଲଗାଗଲା। ମାର୍ବଲ ପଥରରେ ଥିବା ସୁକ୍ଷ୍ମ କାରୁକାର୍ଯ୍ୟର ପୁନରୁଦ୍ଧାର ବି େହଲା। ଏ େକ୍ଷତ୍ରରେ ଆଗା ଖାନ୍ ଟ୍ରଷ୍ଟ ୨୦୦୦ କାରିଗରଙ୍କୁ ପ୍ରଶିକ୍ଷଣ େଦଇ କାମରେ ଲଗାଇଥିେଲ। ଏଏସ୍ଆଇର ୧୦୦ ଜଣଙ୍କୁ ବି ପ୍ରଶିକ୍ଷିତ କରାଯାଇଥିଲା। ଭାରତରେ ଥିବା ବିଶ୍ବ ଐତିହ୍ୟ ମାନ୍ୟତା କୀର୍ତି ମଧ୍ୟରୁ େକାଣାର୍କ ଅନ୍ୟତମ। ଏ େକ୍ଷତ୍ରରେ ଏତେ ନୀତି ନିୟମ କାହିଁକି? ୟୁେନସ୍କାର ବିେଶଷଜ୍ଞ ଇତିମଧ୍ୟରେ େସମାନଙ୍କ ମତ ବଦଳାଇ ସାରିେଲଣି। େଦଶ, କାଳ, ପାତ୍ରକୁ ଆଖି ଆଗରେ ରଖି ସଂରକ୍ଷଣ ନୀତି ପାଳନ େହବା ଉଚିତ୍ େବାଲି କହିଛନ୍ତି। ବିଭିନ୍ନ େଦଶରେ ବିଶ୍ବ ଐତିହ୍ୟ ସଂରକ୍ଷଣ ସମୟରେ ମୂଳ ଭାସ୍କର୍ଯ୍ୟର ପୁନରୁଦ୍ଧାର ବା ପୁନର୍ନିମାଣ ଗ୍ରହଣଯୋଗ୍ୟ େହଲାଣି। ଏତେସବୁ ପରେ ଏଏସ୍ଆଇ ବିଶ୍ବ ପ୍ରସିଦ୍ଧ େକାଣାର୍କ େକ୍ଷତ୍ରରେ କାହିଁକି ଜିଦ୍ ଧରିଛି।

ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର କହିଛନ୍ତି, ଯଦି ଜଣେ ବିଦେଶୀ ପର୍ଯ୍ୟଟକ ଓଡ଼ିଶାକୁ ଆସେ ସେ କ’ଣ ଏଠାକୁ ପ୍ରସ୍ତରର ମନ୍ଦିର ଦେଖିବାକୁ ଆସିବ କି ? ତେଣୁ ପ୍ରତ୍ନତତ୍ତ୍ବ ନିୟମକୁ ଧରି ବସିଲେ ଚଳିବ ନାହିଁ, ଏଥିରେ ମଧ୍ୟ ସଂଶୋଧନ ଆସିବା ଦରକାର। ସେତେବେଳେ ହୁଏତ ଏତେ ସିଦ୍ଧହସ୍ତ କାରିଗର ନଥିବାରୁ ବହୁ ପୁରୁଣା ଦିନରୁ ଏପରି ନିୟମ ଥାଇପାରେ। ତା’ ଅର୍ଥ ନୁହେଁ ମନ୍ଦିରର ଯେଉଁ ଅଂଶ ଭାଙ୍ଗିବ ସେଇ ଅଂଶକୁ ସମତଳ ପଥର ଦେଇ କେବଳ ପୂର୍ଣ୍ଣ କରାଯିବ। ଯଦି ୪୦ ପ୍ରତିଶତ ଏମିତି ରୂପ ଧାରଣ କଲାଣି ଏବଂ ଭବିଷ୍ୟତରେ ଏହି ନିୟମ ବଳବତ୍ତର ରୁହେ ତେବେ ଏହି ମନ୍ଦିର ଦିନେ ପଥର ମନ୍ଦିର ପାଲଟିଯିବ। ଏଥିରେ ଯେ ‌ଏତେ କାରିଗରୀ ଥିଲା କେହି ବିଶ୍ବାସ କରିବେ ନାହିଁ।

ପଦ୍ମଶ୍ରୀ ପ୍ରଭାକର ମହାରଣା ମଧ୍ୟ ସମାନ ଯୁକ୍ତି ବାଢ଼ିଛନ୍ତି। ସେ କ‌ହିଛନ୍ତି, ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିେଲ। ହେଲେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ଯୋଉ ନିୟମରେ ମନ୍ଦିରର କାରିଗରୀ ହଜିଯିବ ସେଭଳି ନିୟମରେ କି ଯଥାର୍ଥତା ରହିଛି ? କୋଣାର୍କ ଓଡ଼ିଆ ଶିଳ୍ପୀକୁଳର ପରିଚୟ ବୋଲି କୁହାଯାଉଛି। ଅଥଚ ସେଇ ଶିଳ୍ପୀମାନଙ୍କୁ କ’ଣ ସେତିକି କାରିଗରୀ ଜଣା ନାହିଁ ଯେ, ମନ୍ଦିରକୁ ଯେନତେନ ଠିଆ କରି ଦଆଯିବ।

ରାଜ୍ୟ ସରକାର ଏନେଇ ରାଜ୍ୟର ବିଶେଷଜ୍ଞ ଏବଂ ବଡ଼ବଡ଼ ଶିଳ୍ପୀମାନଙ୍କୁ ଏକାଠି କରି ଏକ ମିଳିତ ବୈଠକ କରି ଏନେଇ ମତାମତ ନେବା ଉଚିତ୍‌। କୋଣାର୍କର ଗାରିମା ବଜାୟ ରଖିବା ପାଇଁ ଏହା ଉପରେ ପୁନଃ କାରିଗରୀର ସ୍ପର୍ଶ ଦିଆଯାଉ। ନଚେତ୍‌ ଯେଉଁ ଓଡ଼ିଆ ଜାତି ଦିନେ କୋଣାର୍କକୁ ନେଇ ଗର୍ବ କରୁଥିଲା, ସେଇ ଓଡ଼ିଆ ଜାତିର ଶିଳ୍ପୀ ଯେ ପରବର୍ତୀ ସମୟରେ ଏତେ ଦୁର୍ବଳ ଓ ଦକ୍ଷହୀନ ହୋଇଗଲେ ଭାବି ପର ପିଢ଼ି ଛି’ ଛି’ କରିବ।

ସମ୍ବନ୍ଧିତ ଖବର