ଫନି ପ୍ରଭାବରେ ପର୍ଯ୍ୟଟକ କମିଛନ୍ତି

ଭୁବନେଶ୍ବର : ଫନିରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ବ୍ୟାପକ ପ୍ରଭାବିତ ହୋଇଛି। ଏହାର ସିଧାସଳଖ ପ୍ରଭାବ ରାଜ୍ୟ ପର୍ଯ୍ୟଟନ ଉପରେ ପଡ଼ିଛି। ପୁରୀ ଓ ଭୁବନେଶ୍ବରରେ ପର୍ଯ୍ୟଟକ ସଂଖ୍ୟା ଆଶାତୀତ ଭାବେ କମିବା ସହ ପ୍ରାୟ ୭୩୨ କୋଟି ଟଙ୍କା କ୍ଷତି ହୋଇଛି। ବିଧାନସଭାରେ ଏମିତି ତଥ୍ୟ ରଖିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।

ଅଶ୍ବିନୀ କୁମାର ପାତ୍ରଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି, ପୂର୍ବ ବର୍ଷଗୁଡ଼ିକର ହିସାବକୁ ଦେଖି ଏ ବର୍ଷ ମେ’ ଓ ଜୁନ୍‌ ମାସରେ ପୁରୀକୁ ୬,୬୫,୧୫୯ ଜଣ ଦେଶୀୟ ପର୍ଯ୍ୟଟକ ଓ ୩,୪୨୭ ଜଣ ବିଦେଶୀ ପର୍ଯ୍ୟଟକ ଆସିବେ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଆସିଲେ ୧,୦୯,୪୧୨ ଦେଶୀୟ ପର୍ଯ୍ୟଟକ ଓ ୫୭୪ ଜଣ ବିଦେଶୀ ପର୍ଯ୍ୟଟକ। ସେହିପରି ସେହିପରି ଖୋର୍ଦ୍ଧା ଜିଲ୍ଲା(ଭୁବନେଶ୍ବର ସହ)କୁ ୩,୭୪,୧୫୫ ଜଣ ଦେଶୀୟ ପର୍ଯ୍ୟଟକ ଓ ୩୬୯୩ ଜଣ ବିଦେଶୀ ପର୍ଯ୍ୟଟକ ଆସିବେ ‌େବାଲି ଆକଳନ କରାଯାଇଥିଲା। କିନ୍ତୁ ଆସିଛନ୍ତି ୨,୩୩,୦୩୯ ଦେଶୀୟ ଓ ୨,୨୬୮ ଜଣ ବିଦେଶୀ ପର୍ଯ୍ୟଟକ।

ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ ଦର୍ଶାଇବା ସହ ପର୍ଯ୍ୟଟନ ବିଭାଗର ନୂଆ ପର୍ଯ୍ୟଟନ ନୀତି ୨୦୨୦ ‌େଘାଷଣା କରିବାର ପ୍ରସ୍ତାବ ରହିଛି ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର