ଟୁରିଷ୍ଟ ବସ୍‌ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ୫୦ ପର୍ଯ୍ୟଟକ

ସମ୍ବଲପୁର : ରବିବାର ହୀରାକୁଦ ଡ୍ୟାମ୍‌ ନେହରୁ ମିନାରରୁ ଫେରିବା ବେଳେ ଏକ ଛତିଶଗଡ଼ ରାୟଗଡ଼ରୁ ଆସିଥିବା ଟୁରିଷ୍ଟ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ବସ୍‌ରେ ଥିବା ୫୦ ଜଣଙ୍କର ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବସ୍‌ଟି ପାୱାର ଚ୍ୟାନେଲ ରାସ୍ତାର ୱାର୍ଲ ଗାର୍ଡକୁ ଭାଙ୍ଗି ତଳକୁ ଖସି ପଡ଼ିଥିଲା। ସୌଭାଗ୍ୟବଶତଃ ସେଠାରେ ଥିବା ଏକ ବଡ଼ ଗଛରେ ବସ୍‌ର ଆଗପଟ ଲାଖି ଯିବାରୁ ବସ୍‌ଟି ଝୁଲି ରହିଥିଲା। ଉପସ୍ଥିତ ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର