ଦୋକାନ ଉପରେ ଚଢ଼ିଗଲା ଟୁରିଷ୍ଟ ବସ୍

ଦଶପଲ୍ଲା: ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଟାକରାଠାରେ ଏକ ଦୋକାନ ଉପରକୁ ଚଢ଼ିଯାଇଛି ପର୍ଯ୍ୟଟକ ବସ୍। ଦୁର୍ଘଟଣାଗ୍ରସ୍ତ ବସ୍‌ର ଆଗପଟେ ବସିଥିବା ୧୦ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ଭୋର‌୍ ପ୍ରାୟ ସାଢ଼େ ୩ଟାରେ ବଲାଙ୍ଗିର ଜିଲ୍ଲା ଲୋଇସିଂହାରୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଚକାଡ଼ୋଳା ବସ୍ ଯୋଗେ ପ୍ରାୟ ୪୦ରୁ ଅଧିକ ପର୍ଯ୍ୟଟକ ବାହାରିଥିଲେ। ଭୋର୍‌ ସମୟରେ ଟାକରାଠାରେ ପହଞ୍ଚି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତାପାର୍ଶ୍ବରେ ଥିବା ଦୋକାନ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଦମକଳ ବାହିନୀ ଦ୍ବାରା ଆହତ ବ୍ୟକ୍ତିମାନଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।

ସମ୍ବନ୍ଧିତ ଖବର