ଟ୍ରକ୍‌ ଧକ୍କାରେ ୪ ଗୁରୁତର ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ଅଟୋ ଚାଳକ ଓ ନାବାଳିକା ମୃତ

ବାଲେଶ୍ବର : ୧୬ ନମ୍ବର ଜାତୀୟ ରାଜପଥର ସୋର ଥାନା ଅଧୀନ ମାଟିଆପଲା ଠାରେ ଗତକାଲି ଦ୍ବି ପ୍ରହର ସମୟରେ ଏକ ଟ୍ରକ ଓ ଅଟୋ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ଅଟୋ ଡ୍ରାଇଭର ସମେତ ସେଥିରେ ବସିଥିବା ଜଣେ ମହିଳା ଓ ତାଙ୍କ କୁନିଝିଅ ଏବଂ ଅନ୍ୟ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ସୋର ଓ ପରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସେହି କୁନିଝିଅ ଏବଂ ଆଜି ସକାଳେ ସମ୍ପୃକ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତ ଦୁହିଁଙ୍କ ନାମ ପ୍ରତାପ ନାଥ ଓ ମୃତ ନାବାଳିକା ସୋନାଲି ସେଠୀ।

ସୂଚନାଯୋଗ୍ୟ, ଗତକାଲି ବଂଶୀଧର ସେଠୀଙ୍କ ପତ୍ନୀ ମଂଜୁଲତା ସେଠୀ ଓ ତାଙ୍କ କୁନିଝିଅ ସୋନାଲି ଏକ ଅଟୋ(ଓଡି-୦୧-୨୧୭୪)ରେ ଜାତୀୟ ରାଜପଥର ମାଟିଆପଲା ନିକଟରେ ରାସ୍ତାକୁ ଉଠୁଥିଲା। ଏହି ସମୟରେ ସେଠାରେ ଅଟୋଟି ରହିଥିବା ଅବସ୍ଥାରେ ପ୍ରତାପ ନାଥ ନାମକ ଜଣେ ଶ୍ରମିକ ସେଥିରେ ଉଠୁଥିଲେ। ତେବେ ହଠାତ୍‌ ପଛଆଡ଼ୁ ଆସୁଥିବା ଏକ ଟ୍ରକ(ଏନଏଲ-୦୧କେ୨୪୮୯) ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ଅଟୋ ଡ୍ରାଇଭରଙ୍କ ସମେତ ବଂଶୀଧରଙ୍କ ପତ୍ନୀ ମଂଜୁଲତା, ଝିଅ ସୋନାଲି ଓ ପ୍ରତାପ ନାଥ ନାମକ ଉକ୍ତ ଶ୍ରମିକ ଗୁରୁତର ଆହି ହୋଇଥିଲା। ତେବେ ପ୍ରତାପ ଓ ସୋନାଲିଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଟୋ ଡ୍ରାଇଭରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର