ଝାରସୁଗୁଡ଼ା: ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ ୨୦ ଆହତ

ଝାରସୁଗୁଡ଼ା: ଆଜି ସନ୍ଧ୍ୟାରେ ଝାରସୁଗୁଡ଼ା ଥାନା ମରାକୁଟା ଠାରେ ଏକ ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଟ୍ରଲିରେ ବସିଥିବା ୨୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ଝାରସୁଗୁଡ଼ା ଠାରେ ଏକ ରେଲୱେ ସାଇଡ଼ିଂରେ କାମ ସାରି ଶ୍ରମିକ ମାନେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ମରାକୁଟା ନିକଟସ୍ଥ ଏକ୍ସନ୍ ଇସ୍ପାତ କାରଖାନା ନିକଟରେ ଥିବା ଏକ ମୋଡ଼ାଣିରେ ଏହି ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଟ୍ରାକ୍ଟର ଟଅ୍ରଲିରେ ବସିଥିବା ୨୦ ରୁ ଅଧିକ ଶ୍ରମିକ ଅଳ୍ପ ବହୁତ ଆହତ ହୋଇଛନ୍ତି। ଟ୍ରକ୍ଟର ଚକତଳେ ପଡ଼ି ଡ୍ରାଇଭର ଈଶ୍ବର କଣ୍ଟା ଓରଫ କଏଁରା(୩୬)ଙ୍କ ମୃତ୍ୟୁ ହୋଇଛି।  ଅନ୍ୟପଟେ ଗୁରୁତର ଆହତ ହୋଇଥିବା ଦୁଇଜଣ ମହିଳା ଶ୍ରମିକ ସଞ୍ଜୁ ମାଝୀ ଓ ଦୁର୍ଗା କଣ୍ଟାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟ ଆହତ ମାନେ ମୁଖ୍ୟ ଚିକିତ୍ସାଳୟରେ ଚିକତ୍ସିତ ହେଉଥିବା ଜଣାଯାଇଛି। ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର