କେନ୍ଦ୍ରାପଡ଼ା: କାଠଗଡ଼ ବୋଝେଇ ବେଳେ ଟ୍ରାକ୍ଟର୍‌ ଓଲଟି ଡ୍ରାଇଭର୍‌ ମୃତ

କେନ୍ଦ୍ରାପଡ଼ା: ଶନିବାର ରାତି ପ୍ରାୟ ୧୧ଟା ବେଳେ ପାଟକୁରା ଅନ୍ତର୍ଗତ ଚିତ୍ରତ୍ପୋଳା ନଦୀପଠା ପାଖ କଣିବାଙ୍କ ଠାରେ କାଠଗଡ଼ ବୋଝେଇ ହେଉଥିବା ବେଳେ ଏକ ଟ୍ରାକ୍ଟର୍‌ ଓଲଟି ପଡ଼ିବାରୁ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି।

କାଠଗଡ଼ଗୁଡ଼ିକ ପ୍ରଶାସନର ବିନା ଅନୁମତିରେ କଟାଯାଇ ଚାଲାଣ କରାଯାଉଥିବା କଥା ଶୁଣାଯାଉଛି।

ମୃତ ଟ୍ରାକ୍ଟର୍‌ ଚାଳକଙ୍କ ନାମ କୈଳାସ ଭୋଇ। ତାଙ୍କ ଘର ନିଶ୍ଚିନ୍ତକୋଇଲି ଅଞ୍ଚଳର ଶୂକରପଡ଼ା ଠାରେ। ୪୫ ବର୍ଷିୟ କୈଳାସଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ସହରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ସେ ମରିଯାଇଥିଲେ ବୋଲି ଡାକ୍ତରମାନେ କହିଥିଲେ।

ଖବର ପାଇ ପାଟକୁରା ପୁଲିସ ଦୁର୍ଘଟଣାସ୍ଥଳ ଓ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର