ଟ୍ରେନ୍‌ ଧକ୍କାରେ ଟ୍ରାକ୍ଟର ଚୂର୍‌ମାର୍‌

କେନ୍ଦୁଝର : ଭାଇଜାଗ୍‌-ଟାଟାନଗର ଏକ୍ସପ୍ରେସ ଟ୍ରେନ୍‌ ଆଜି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲା ବସନ୍ତପୁର ଏବଂ ସୀତାବିଞ୍ଜ ରେଲେଓ୍ଵ ଷ୍ଟେସନ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଭାଇଜାକ୍‌- ଟାଟା ନଗର ଏକ୍ସପ୍ରେସ ଆଜି ସନ୍ଧ୍ୟାରେ ଭାଇଜାକ୍‌ ଅଭିମୁଖେ ଯାଉଥିଲା। ୬ଟା ୨୫ ମିନିଟରେ ଟ୍ରେନଟି ବସନ୍ତପୁର ଷ୍ଟେସନରୁ ବାହାରି ଯାଉଥିବା ବେଳେ ସୀତାବିଞ୍ଜ ଷ୍ଟେସନ ପହଞ୍ଚିବା ପୂର୍ବରୁ ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଫଳରେ ଟ୍ରାକ୍ଟରଟି ଚୂରମାର୍‌ ହୋଇ ଯାଇଥିଲା। ଦୁର୍ଘଟଣା ପରେ ଟ୍ରେନଟି ସେଠାରେ ପ୍ରାୟ ଏକ ଘଣ୍ଟା ଅଟକି ରହିଥିଲା। ମରାମତି ପରେ ଟ୍ରେନ୍‌ଟି ଭାଇଜାଗ ଅଭିମୁଖେ ଯାତ୍ରା କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର