ଟ୍ରେଡ ୟୁନିୟନ୍‌ ଡାକରାରେ ଭାରତ ବନ୍ଦ: ଆସନ୍ତାକାଲି ସ୍କୁଲ-କଲେଜ ଛୁଟି ନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର: ଟ୍ରେଡ ୟୁନିୟନ୍‌ର ଡାକରାରେ ଭାରତ ବନ୍ଦ ସୋମବାର ଅଧିକାଂଶ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି। ଗତକାଲି ରାଜ୍ୟ ସରକାର ବନ୍ଦ ଡାକରା ଲାଗି ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଥିଲେ। ତେବେ ଆସନ୍ତାକାଲି ମଧ୍ୟ  ବନ୍ଦ ଡାକରା ଜାରି ରହିଥିବା ଯୋଗୁଁ ବୁଧବାର ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ଛୁଟି ରହିବ ନା ନାହିଁ ସେ ସଂପର୍କରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶ ମିଳିବା ପରେ ସମ୍ବଲପୁରରେ ସ୍କୁଲ ଓ କଲେଜ ଗୁଡ଼ିକ ଛୁଟି ରହିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ନିଷ୍ପତ୍ତି ନେଇଛନ୍ତି। ସେହିପରି ଅନୁଗୁଳ, ବାଲେଶ୍ୱର, ପୁରୀ, ନବରଙ୍ଗପୁର, ମୟୂରଭଂଜ, କୋରାପୁଟ, ବଲାଙ୍ଗୀର, ଜଗତସିଂହପୁର, ଯାଜପୁର, କନ୍ଧମାଳ, ନୂଆପଡ଼ା, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, ସୁନ୍ଦରଗଡ଼, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସ୍କୁଲ-କଲେଜ ବନ୍ଦ ରହିବ।

ସୂଚନା ଅନୁସାରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଟ୍ରେଡ ୟୁନିୟନ୍‌ର ଭାରତ ବନ୍ଦ ବୁଧବାର ଦ୍ୱିତୀୟ ଦିନରେ ପହଂଚିବ। ଦ୍ୱିତୀୟ ଦିନରେ ଟ୍ରେଡ ୟୁନିୟନର ପ୍ରଭାବ କେମିତି ରହିବ ଓ ଆନ୍ଦୋଳନର ପରିସ୍ଥିତିକୁ ଦେଖି ଜିଲ୍ଲାପାଳମାନେ ନିଜ ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବେ ନା ନାହିଁ ତାହା ନିଷ୍ପତ୍ତି ନେବେ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଛୁଟି ରହିବ ବୋଲି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଥିଲେ। ଏହି କ୍ରମରେ ଆଜି ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ମହାବିଦ୍ୟାଳୟକୁ ବନ୍ଦ ରଖାଯାଇଥିଲା।

ସମ୍ବନ୍ଧିତ ଖବର