ଭୁବନେଶ୍ବରର ରୁପାଲି ଛକରେ କ୍ୟାମେରା ଆଖିରେ ଧରାପଡ଼ି ଜରିମାନା ଦେଲେ ୪ ବେପରୁଆ ଗାଡ଼ିଚାଳକ

ଭୁବନେଶ୍ବର: ପ୍ରଥମ ଦିନରେ ରାଜଧାନୀ ଭୁବନେଶ୍ବରର ରୁପାଲି ଛକରେ କ୍ୟାମେରା ଆଖିରେ ଧରାପଡିଛନ୍ତି ୪ ଜଣ ବେପରୁଆ ଗାଡ଼ିଚାଳକ ଆଉ ତଣ୍ଡ ବି ଗଣିଛନ୍ତି । ରାଜଧାନୀର ପ୍ରଥମ କ୍ୟାମେରା ଏଠାରେ ଲାଗିଛି । ଆଗକୁ ଏହିପରି ୩୬ଟି ସ୍ଥାନରେ କ୍ୟାମେରା ଲାଗିବ ବୋଲି ଜଣାପଡିଛି ।
ରୁପାଲି ଛକରେ ସ୍ୱଂୟଚାଳିତ ନମ୍ବର ପ୍ଲେଟ ଚିହ୍ନଟ ବ୍ୟବସ୍ଥା ରହିଛି । ପରେ ୮ଟି ସ୍ଥାନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି ।
ସିସିଟିଭି ନଥିବା ଛକରେ ପର୍ଯ୍ୟାପ୍ତ ଟ୍ରାଫିକ କର୍ମଚାରୀ ରହି ବଡି କ୍ୟାମେରା ଲଗାଇ ଯାଞ୍ଚ କରାଯାଉଛି ।
ଆଜିଠାରୁ କେବଳ ଗାଡି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଯାଞ୍ଚ ବେଳେ କୋହଳ କରାଯାଇଛି । ହେଲେ ଆଉ ସବୁକିଛି ନିୟମ କଡାକଡି ପାଳନ ହେଉଛି ।

Image result for rupali square
Image Source-Telegraph India

ଟ୍ରାଫିକ ନିୟମ ଉଲଂଘନ, ହେଲମେଟ୍ ନ ପିନ୍ଧିବା, ମଦ ପିଇ ଗାଡ଼ି ଚଳାଇବା ଆଦି ଧରାପଡ଼ିଲେ ମୋଟା ଆକାରର ଜରିମାନା ଦେବେ । ଏପରିକି ଟ୍ରାଫିକ ପୁଲିସ ନଥିଲେ ବି ଖିଲାପକାରୀଙ୍କୁ ଧରିଛି କ୍ୟାମେରା । ଆଉ ସେମାନଙ୍କ ଘରକୁ ପଠାଇ ଦିଆଯିବ ଇ-ଚାଲଣ । ଖିଲାପକାରୀ ଜରିମାନା ପୈଠ କରିବା ପାଇଁ କମିଶନରେଟ୍ ପୁଲିସ ମୁଖ୍ୟାଳୟରେ ଖୋଲିବ କାଉଣ୍ଟର ।

ସମ୍ବନ୍ଧିତ ଖବର