ମଇଁଷି ଧକ୍କାରୁ ଟ୍ରେନ୍‌ ଇଞ୍ଜିନ୍‌ ଫେଲ୍‌ : ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ଗଂଜାମ :ଗଂଜାମ ରେଳଷ୍ଟେସନ୍‌ ନିକଟ କାଇଁଚପୁର ଲେବଲକ୍ରସିଂ ଅପ୍‌ଲାଇନ୍‌ରେ (ବିଶାଖାପାଟଣା-ଭୁବନେଶ୍ୱର ରୁଟ୍‌) ଆଜି ଅପରାହ୍ନ ପ୍ରାୟ ୫ଟାରେ ଭାଗଲପୁର-ଯଶବନ୍ତପୁର ସୁପରଫାଷ୍ଟ୍‍ ଏକ୍ସପ୍ରେସ୍‌ ଧକ୍କାରେ ଏକ ମଇଁଷିର ମୃତ୍ୟୁ ହୋଇଛି। ଟ୍ରେନ୍‌ଟି ଦ୍ରୁତ ଗତିରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ କାଇଁଚପୁର ଲେବଲ୍‌କ୍ରସିଂ ନିକଟରେ ଏକ ମଇଁଷି ହଠାତ୍‌ ସାମ୍ନାକୁ ଆସିଯାଇଥିଲା। ଧକ୍କାରେ ମଇଁଷିର ମୃତ୍ୟୁ ହେବା ସହ ଇଂଜିନ୍‌ ଅଚଳ ହୋଇଯିବାରୁ ଟ୍ରେନ୍‌ ସେଠାରେ ଅଟକି ରହିବା ସହ ଅପ୍‌ଲାଇନ୍‌ରେ ରେଳଚଳାଚଳ ବାଧାପ୍ରାପ୍ତ ହୋଇଛି। ଛତ୍ରପୁର ଷ୍ଟେସନରୁ ଚେନ୍ନାଇ-ହାଓ୍ଵଡା ମେଲ୍‌, ବେଙ୍ଗାଳୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ୍‌ ଅଟକି ରହିଥିବା ବେଳେ ଲେବଲ୍‌ କ୍ରସିଂର ଉଭୟ ପାଖରେ ଶତାଧିକ ଯାନବାହନ ଚଳାଚଳ କରିପାରିନଥିଲା। ଶେଷ ଖବରସୁଦ୍ଧା ବ୍ରହ୍ମପୁର ଓ ଛତ୍ରପୁରରୁ ବୈଷୟିକ ଟିମ୍‌ ପହଞ୍ଚି ଯୁନ୍ଧକାଳୀନ ଭିତ୍ତିରେ ଇଂଜିନ ମରାମତି କରିବା ପାଇଁ ପହଞ୍ଚିଛନ୍ତି। ଟ୍ରେନ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର