ପଶ୍ଚିମ ଓଡ଼ିଶାରେ ବନ୍ୟା: ରେଳ ଧାରଣା ଦେଇ ଜଳ ପ୍ରବାହିତ, ଟ୍ରାକ୍‌ ଯାଞ୍ଚ ପରେ ସମ୍ବଲପୁର-ଟିଟିଲାଗଡ଼ ରୁଟ୍‌ରେ ଗଡ଼ିିବ ଟ୍ରେନ୍‌

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର ଜିଲ୍ଲା ଦେଇ ଯାଇଥିବା ଟ୍ରେନ୍‌ ଲାଇନ୍‌ର ଅନେକ ସ୍ଥାନରେ ବନ୍ୟା ଜଳ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ରେଳ ଧାରଣାଗୁଡ଼ିକ ବୁଡ଼ି ରହିଛି।

ସମ୍ବଲପୁର-ଟିଟିଲାଗଡ଼ ରେଲେଓ୍ଵ ସେକ୍ସନ ଅନ୍ତର୍ଗତ ଦେଓଗାଁ ରୋଡ-ବରଗଡ଼, ଲୋଇସିଂହା-ବଲାଙ୍ଗୀର ଓ ବରପାଲି-ଡୁଙ୍ଗୁରିପାଲି ଷ୍ଟେସନ ମଧ୍ୟରେ ଥିବା ଟ୍ରାକ୍‌ର ଅନେକ ସ୍ଥାନରେ ପାଣି ଭର୍ତ୍ତି ହୋଇଯାଇଛି। ଫଳରେ ଅନେକ ଗୁଡ଼ିଏ ଟ୍ରେନ୍‌ ବାତିଲ କରାଯାଇଥିବା ବେଳେ କିଛି ଟ୍ରେନ୍‌କୁ ଆଂଶିକ ବାତିଲ କରି ଦିଆଯାଇଛି। ତେଣୁ ଟ୍ରାକ୍‌ରୁ ପାଣି ଛାଡ଼ିବା ପରେ ୪ ଜଣିଆ ଟିମ୍‌ ଯାଞ୍ଚ କରିବେ। ଯାଞ୍ଚ ପରେ ବାତିଲ ଥିବା ଟ୍ରେନ୍‌ ଗୁଡ଼ିକ ପରିଚାଳିତ ହେବ।

ବାତିଲ ହୋଇଥିବା ଟ୍ରେନ୍‌

୧୮୧୦୭/୧୮୧୦୮ ରାଉରକେଲା-ଜଗଦଲପୁର-ରାଉରକେଲା ଏକ୍ସପ୍ରେସ ଅଗଷ୍ଟ ୧୩ରେ ରାଉରକେଲାରୁ ଓ ଅଗଷ୍ଟ ୧୪ରେ ଜଗଦଲପୁରରୁ ବାତିଲ
୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ଇଣ୍ଟର ସିଟି ଅଗଷ୍ଟ ୧୪ ଓ ୧୫ରେ ଉଭୟ ପାର୍ଶ୍ୱରୁ ବାତିଲ
୫୮୫୨୯/୫୮୫୩୦ ଦୁର୍ଗ-ବିଶାଖାପାଟନମ୍‌-ଦୁର୍ଗ ପାସେଞ୍ଜର ଅଗଷ୍ଟ ୧୪-୧୬ ଉଭୟ ପାର୍ଶ୍ୱରୁ ବାତିଲ
୫୮୨୧୩/୫୮୨୧୪ ଟିଟିଲାଗଡ଼-ବିଲାସପୁର-ଟିଟିଲାଗଡ଼ ପାସେଞ୍ଜର ଅଗଷ୍ଟ ୧୪-୧୬ ଉଭୟ ପାର୍ଶ୍ୱରୁ ବାତିଲ
୫୮୩୦୧ ସମ୍ବଲପୁର-କୋରାପୁଟ ପାସେଞ୍ଜର ଅଗଷ୍ଟ ୧୪ରୁ ୧୬ ସମ୍ବଲପୁରରୁ ବାତିଲ
୫୮୩୦୨ କୋରାପୁଟ-ସମ୍ବଲପର ପାସେଞ୍ଜର ଅଗଷ୍ଟ ୧୫ ରୁ ୧୭ କୋରାପୁଟରୁ ବାତିଲ
୫୮୩୦୩ ସମ୍ବଲପୁର-ଜୁନାଗଡ଼ରୋଡ ପାସେଞ୍ଜର ଅଗଷ୍ଟ ୧୪ ରୁ ୧୬ ସମ୍ବଲପୁରରୁ ବାତିଲ
୫୮୩୦୪ ଜୁନାଗଡ଼ ରୋଡ-ସମ୍ବଲପୁର ପାସେଞ୍ଜର ଅଷ୍ଟେ ୧୪ରୁ ୧୭ ଜୁନାଗଡ଼ ରୋଡରୁ ବାତିଲ

ବର୍ଷା ଛାଡ଼ିବା ପରେ ୪ ଜଣିଆ ଟିମ୍‌ ଟ୍ରାକ୍‌ ଯାଞ୍ଚ କରିବେ। ବରଗଡ଼ ଓ ଟିଟିଲାଗଡ଼ରେ ଗୋଟିଏ ଲେଖାଏଁ ଟିମ୍‌ ଯାଞ୍ଚ କରିବେ। ସମ୍ବଲପୁରରେ ୨ ଜଣିଆ ଟିମ୍‌ ଯାଞ୍ଚ କରିବେ।

ସମ୍ବନ୍ଧିତ ଖବର