ନିରାପତ୍ତା ସମ୍ବନ୍ଧୀୟ କାମ ପାଇଁ ଟ୍ରେନ୍‌ ସେବା ବାଧାପ୍ରାପ୍ତ

ଭୁବନେଶ୍ୱର : ନିରପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ମଣ୍ଡଳ ଅଧୀନସ୍ଥ ହିଜ୍‌ଳି-ବେଣାପୁର-ନାରାୟଣଗଡ଼ ସେକ୍ସନ ମଧ୍ୟରେ କେତେକ ଟ୍ରେନ୍‌ ଚଳାଚଳକୁ ବାତିଲ୍‌ ଓ ନିୟନ୍ତ୍ରଣ କରାଯିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ହାଓ୍ଵଡ଼ା-ପୁରୀ-ହାଓଡ଼ା ପାସେଞ୍ଜର ଚଳିତ ମାସ ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ କରାଯିବ। ସେହିପରି ହାଓଡ଼ା-ଭଦ୍ରକ ପାସେଞ୍ଜର ଆଜିଠାରୁ ୨୪ ପର୍ଯ୍ୟନ୍ତ ବାତିଲ କରାଯିବ। ଫେରିବା ପଥରେ ଭଦ୍ରକରୁ ଛାଡ଼ୁଥିବା ଭଦ୍ରକ-ହାଓଡ଼ା ପାସେଞ୍ଜର ଏପ୍ରିଲ୍‌ ୧୬ରୁ ୨୪ ପର୍ଯ୍ୟନ୍ତ ବାତିଲ ରହିବ। ସେହିପରି ଏପ୍ରିଲ ୧୬ରୁ ୨୪ ପର୍ଯ୍ୟନ୍ତ ଖୋର୍ଧାରୋଡ୍‌ରୁ ଛାଡ଼ୁଥିବା ଖୋର୍ଧାରୋଡ୍‌-ଖଡ଼ଗପୁର ପାସେଞ୍ଜର ଅନ୍ତିମ ଷ୍ଟେସନ୍‌ ପରିବର୍ତେ ବେଲ୍‌ଦା ପର୍ଯ୍ୟନ୍ତ ଚାଲିବ। ଫେରିବା ପଥରେ ଚଳିତ ମାସ ୧୭ରୁ ୨୪ ପର୍ଯ୍ୟନ୍ତ ଖଡ଼ଗପୁର-ଖୋର୍ଧାରୋଡ୍‌ ପାସେଞ୍ଜର୍‌ ମୂଳ ଷ୍ଟେସନ୍‌ ପରିବର୍ତେ ବେଲ୍‌ଦାରୁ ଛାଡ଼ିବ। ଏହି ସମୟ ମଧ୍ୟରେ ଖୋର୍ଧାରୋଡ୍‌-ଖଡ଼ଗପୁର ପାସେଞ୍ଜର ଚଳାଚଳକୁ ବେଲ୍‌ଦା ଓ ଖଡ଼ଗପୁର ମଧ୍ୟରେ ବାତିଲ କରିଦିଆଯିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର