ଝାଡ଼ଖଣ୍ଡରେ ରେଳରୋକୋ ଯୋଗୁଁ ଟ୍ରେନ ଚଳାଚଳ ବ୍ୟାହତ, ଆସନ୍ତା କାଲି ପାଇଁ କେଉଁ କେଉଁ ଟ୍ରେନ ବାତିଲ ହୋଇଛି ଜାଣନ୍ତୁ

ଭୁବନେଶ୍ୱର :  ଆଦିବାସୀ ସଂଗଠନ ଭାରତ ଜକାତ ମାଝି ପରଗନା ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି କରାଯାଇଥିବା ରେଳରୋକୋ ଯୋଗୁଁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାର କିଛି ଅଂଚଳରେ ରେଳସେବା ପ୍ରଭାବିତ ହୋଇଛି । ବିଶେଷ କରି ଦକ୍ଷିଣ-ପୂର୍ବ ରେଳବାଇ ଅଧିନରେ ଆସୁଥିବା ଟ୍ରେନଗୁଡ଼ିକର ଚଳାଚଳ ପ୍ରଭାବିତ ହୋଇଛି । ଏହା ଫଳରେ ହାଓ୍ଵଡା-ଚେନ୍ନାଇ ମେନ ଲାଇନ ପ୍ରଭାବିତ ହେବାରୁ ଅନେକ ଟ୍ରେନକୁ ବାତିଲ କରିବାକୁ ପଡିଛି । ଆସନ୍ତା କାଲି ପାଇଁ ବାତିଲ ହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର-ହାଓ୍ଵଡା ଜନଶତାବ୍ଦୀ ଏକ୍ସପ୍ରେସ, ପୁରୀ-ହାଓ୍ଵଡା । ସେହିପରି ଆଜି ବାତିଲ ହୋଇଥିବା ଟ୍ରେନ ମଧ୍ୟରେ ରହିଛି ଖଡ଼କପରି-ଭଦ୍ରକ, ଭଦ୍ରକ-ବାଲେଶ୍ୱର ପାସେଞ୍ଜର । ଅନ୍ୟପକ୍ଷରେ ଆସନ୍ତା କାଲି ପାଇଁ ପୁରୀ-ଖୋର୍ଦ୍ଧାରୋଡ ପାସେଞ୍ଜର,  ଖୋର୍ଦ୍ଧାରୋଡ-ନୟାଗଡ଼ ପାସେଞ୍ଜରକୁ ବାତିଲ କରାଯାଇଛି । ପୁରୀ ଷ୍ଟେସନର ଆଧୁନୀକୀକରଣ କାମ ଚାଲିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ଦକ୍ଷିଣ-ପୂର୍ବ ରେଳବାଇର କେତେକ ଟ୍ରେନକୁ ପୂର୍ବତନଟ ରେଳବାଇ ମାଧ୍ୟମରେ ନିୟନ୍ତ୍ରଣ କରାଯାଉଛି ।

 

ସମ୍ବନ୍ଧିତ ଖବର