ରବିବାର ଠାରୁ ଭୁବନେଶ୍ୱରରେ ରେଳସେବା ସ୍ୱାଭାବିକ ହେବ: ପୂର୍ବତଟ ରେଳବାଇ

ଭୁବନେଶ୍ୱର: ରବିବାର ଠାରୁ ଭୁବନେଶ୍ୱରରେ ଟ୍ରେନ୍‌ ସେବା ସ୍ୱାଭାବିକ ହେବ ବୋଲି ଶନିବାର ଦିନ ପୂର୍ବତଟ ରେଳବାଇ ଘୋଷଣା କରିଛି। ଘୂର୍ଣ୍ଣିବାତ୍ୟା ‘ଫନି’ ଗତ ଶୁକ୍ରବାର ଦିନ ପୁରୀ ଠାରେ ସ୍ଥଳଭାଗକୁ ପ୍ରବେଶ କରିବା କାରଣରୁ ଏଠାରେ ରେଳସେବା ବ୍ୟାହତ ହୋଇଥିଲା।

ପୂର୍ବତଟ ରେଳବାଇ ଟୁଇଟ୍‌ କରି କହିଛି: ଆସନ୍ତାକାଲି ମେ ୫ ତାରିଖ ଠାରୁ ଭୁବନେଶ୍ୱରରୁ ରେଳ ଚଳାଚଳ ସ୍ୱାଭାବିକ ହେବ। ଭୁବନେଶ୍ୱରରୁ ରେଳ ଚଳାଚଳ ଆରମ୍ଭ କରିବ।
ବାତ୍ୟା ବିଧ୍ୱଂସ୍ତ ରାଜ୍ୟରେ ପୂର୍ବତଟ ରେଳବାଇ ୨୪ ଘଣ୍ଟାରୁ କମ୍‌ ସମୟରେ ସେବା ଆରମ୍ଭ କରିଛି। କିନ୍ତୁ, ଯୋଡ଼ି ଟ୍ରେନ୍‌ ଉପଲବ୍ଧ ନ ଥିବାରୁ ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ୍‌ ଏବଂ ବିଶାଖାପାଟଣା ଇଣ୍ଟରସିଟି ଏକ୍ସ୍‍ପ୍ରେସ୍‌ ରବିବାର ଦିନ ଚଳାଚଳ ଆରମ୍ଭ କରି ପାରିବ ନାହିଁ।

ରବିବାର ଠାରୁ ଭୁବନେଶ୍ୱରରୁ ପ୍ରଶାନ୍ତି ଏକ୍ସ୍‍ପ୍ରେସ୍‌, ବିଶାଖା ଏକ୍ସପ୍ରେସ୍‌, ରାଜଧାନୀ ଏକ୍ସପ୍ରେସ୍‌, କୋଣାର୍କ ଏକ୍ସ୍‍ପ୍ରେସ୍‌ ଏବଂ ହୀରାଖଣ୍ଡ ଏକ୍ସ୍‍ପ୍ରେସ୍‌ ଯାତ୍ରା ଆରମ୍ଭ କରିବ।
ପୁରୀ, ଭୁବନେଶ୍ୱର, କଟକ ଏବଂ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଶୁକ୍ରବାର ଦିନ ବ୍ୟାପକ କ୍ଷୟକ୍ଷତି କରିବା ପରେ ଅବପାତରେ ପରିଣତ ହୋଇ ମେ ୪ ତାରିଖ ଦିନ ବାଂଲାଦେଶ ଆଡ଼କୁ ଚାଲିଯାଇଛି।

ସମ୍ବନ୍ଧିତ ଖବର