ଟ୍ରେନ୍ ଚେନ୍ ପୁଲ୍ କରି କଣ୍ଟାବାଞ୍ଜି ଷ୍ଟେସନରେ ଓହ୍ଲାଇ ଫେରାର ହେବାର ଉଦ୍ୟମ କରୁଥିଲେ ୩୦୫ ପ୍ରବାସୀ ଶ୍ରମିକ, ସମସ୍ତଙ୍କୁ ଅଟକ ରଖିଲା ପୁଲିସ୍

କଣ୍ଟାବାଞ୍ଜି: ଟ୍ରେନ୍ ଚେନ୍ ପୁଲ୍ କରି କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର ୩୦୫ ପ୍ରବାସୀ ଶ୍ରମିକ କଣ୍ଟାବାଞ୍ଜି ଷ୍ଟେସନରେ ଓହ୍ଲାଇ ପଡ଼ିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ବାହାରେ ଫସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସରକାର ନିଜ ଅଞ୍ଚଳ କୁ ଆଣିବାର ବ୍ୟବସ୍ଥା କରୁଛି । ଅନେକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଲୋକେ ଆସୁଛନ୍ତି । ତେବେ ଆଜି ସୁରତରୁ ନିର୍ଗୁଣ୍ଡି ଆସୁଥିବା ଏକ ସ୍ୱତନ୍ତ୍ର ଟ୍ରେନର ଚେନ ପୁଲିଙ୍ଗ କରି ୩୦୫ ଶ୍ରମିକ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଓହ୍ଲାଇ ଫେରାର ହେବାର ଉଦ୍ୟମ କରୁଥିଲେ । ସ୍ଥାନୀୟ ଲୋକ ଏନେଇ ପୁଲିସକୁ ଖବର ଦେବା ପରେ ତୁରନ୍ତ ପୁଲିସ ସେମାନଙ୍କୁ ଅଟକ ରଖିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଏମାନଙ୍କ ଭିତରେ ନୂଆପଡ଼ା ଜିଲ୍ଲାର ୨୮୩ , କଳାହାଣ୍ଡି ର ୫ ଓ ବଲାଙ୍ଗୀର ଜିଲ୍ଲାର ୧୭ଜଣ ପ୍ରବାସୀ ଶ୍ରମିକ ଥିବା ଜଣାଯାଇଛି । ସମସ୍ତ ଶ୍ରମିକ ସୁରତ ଫେରନ୍ତା ବୋଲି ଜଣାଯାଇଛି । ନିର୍ଗୁଣ୍ଡିରେ ଟ୍ରେନ ଓହ୍ଲାଇ ଶ୍ରମିକ ମାନଙ୍କୁ ବସ ଯୋଗେ ନିଜ ଅଞ୍ଚଳ ଆଣିବାର ସବୁ ବ୍ୟବସ୍ଥା କରାଯାଇଥିଲା। ହେଲେ ସେମାନେ ବାଟରେ ନିଜର ନିକଟସ୍ଥ ରେଳ ଷ୍ଟେସନରେ ଓହ୍ଲାଇ ଘରକୁ ଯିବାର ଉଦ୍ୟମ କରିଥିଲେ।

ସମ୍ବନ୍ଧିତ ଖବର