ଖଡ଼ଗପୁର ଷ୍ଟେସନ ଆଧୁନିକୀକରଣ ପାଇଁ ବହୁ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର :  ଦକ୍ଷିଣ-ପୂର୍ବ ରେଳପଥ ଅଧୀନରେ ଥିବା ଖଡ଼ଗପୁର ରେଳ ଷ୍ଟେସନରେ ସୁରକ୍ଷା ସମ୍ପର୍କିତ ଆଧୁନିକୀକରଣ କାର୍ଯ୍ୟ କାରଣରୁ ପୂର୍ବତଟ ରେଳପଥ ଦେଇ ଯାତାୟତ କରୁଥିବା କିଛି ଟ୍ରେନ୍‌ ଚଳାଚଳ ବାତିଲ୍‌ ହେବା ସହିତ କିଛି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ ହୋଇଛି।

ବିଶାଖାପାଟଣାରୁ ଛାଡ଼ୁଥିବା ବିଶାଖାପାଟଣା-ଦୀଘା, ଚେନ୍ନାଇ ସେଣ୍ଟ୍ରାଲ୍‌ରୁ ଛାଡ଼ୁଥିବା ଚେନ୍ନାଇ ସେଣ୍ଟ୍ରାଲ-ସାନ୍ତ୍ରାଗାଛି, ଜଗଦଲପୁରରୁ ଛାଡ଼ୁଥିବା ଜଗଦଲପୁର-ହାଓ୍ଵଡ଼ା ସମଲେଶ୍ୱରୀ, ପୁରୀରୁ ଛାଡ଼ୁଥିବା ପୁରୀ-ହାଓ୍ଵଡ଼ା ଏକ୍ସପ୍ରେସ୍‌ ନଭେମ୍ବର ୧୬ ତାରିଖ ଦିନ ବାତିଲ୍‌ ହେବା ନେଇ ସୂଚନା ମିଳିଛି। ସେହିପରି ହାଓ୍ଵଡ଼ା-ପୁରୀ ଶତାବ୍ଦୀ ଓ ପୁରୀ-ହାଓ୍ଵଡ଼ା ଶତାବ୍ଦୀ, ଦୀଘା-ବିଶାଖାପାଟଣା, ହାଓ୍ଵଡ଼ା-ପୁରୀ, ସିଆଲ୍‌ଦା-ପୁରୀ, ହାଓ୍ଵଡ଼ା-ଜଗଦଲପୁର ସମଲେଶ୍ୱରୀ, ସାନ୍ତ୍ରାଗାଚ୍ଛି-ଚେନ୍ନାଇ ସେଣ୍ଟ୍ରାଲ, ସମ୍ବଲପୁର-ହାଓ୍ଵଡ଼ା, ପୁରୀରୁ ପୁରୀ-ହାଓ୍ଵଡ଼ା, ଜଗଦଲପୁର-ହାଓ୍ଵଡ଼ା ସମଲେଶ୍ୱରୀ, ଭଞ୍ଜପୁର(ବାରିପଦା)-ପୁରୀ ସ୍ପେଶାଲ୍‌, ପୁରୀ-ସାନ୍ତ୍ରାଗାଚ୍ଛି, ସିକନ୍ଦରାବାଦ-ଗୌହାଟି, ଖଡ଼ଗପୁର-ଖୋର୍ଧାରୋଡ଼୍‍ ପାସେଞ୍ଜର୍‌, ହାଓ୍ଵଡ଼ା-ପୁରୀ ସାନ୍ତ୍ରାଗାଚ୍ଛି, ଖଡ଼ଗପୁର-ଯାଜପୁର କେନ୍ଦୁ୍‌ଝର ରୋଡ଼୍‍-ଖଡ଼ଗପୁର ପାସେଞ୍ଜର୍‌ ନଭେମ୍ବର ୧୭ ତାରିଖ ଦିନ ବାତିଲ୍‌ କରାଯାଇଛି।

ହାଓ୍ଵଡ଼ା-ପୁରୀ, ହାଓ୍ଵଡ଼ା-ପୁରୀ ଶତାବ୍ଦୀ, ହାଓ୍ଵଡ଼ା-ସମ୍ବଲପୁର, ହାଓ୍ଵଡ଼ା-ଜଗଦଲପୁର ସମଲେଶ୍ୱରୀ, ପୁରୀ-ହାଓ୍ଵଡ଼ା ଶତାବ୍ଦୀ, ପୁରୀ-ସିଆଲ୍‌ଦା, ପୁରୀ-ଦୀଘା, ଚେନ୍ନାଇ ସେଣ୍ଟ୍ରାଲ୍‌-ହାଓ୍ଵଡ଼ା କରମଣ୍ଡଳ, ସିକନ୍ଦରାବାଦ-ହାଓ୍ଵଡ଼ା ଫାଲକନାମା, ସାନ୍ତ୍ରାଗାଚ୍ଛି-ପୁରୀ ସ୍ପେଶାଲ୍‌, ପୁରୀ-ଭଞ୍ଜପୁର (ବାରିପଦା) ସ୍ପେସାଲ୍‌, ଖଡ଼ଗପୁର-ଖୋର୍ଧାରୋଡ଼୍‍ ପାସେଞ୍ଜର୍‌, ହାଓ୍ଵଡ଼ା-ପୁରୀ ସାନ୍ତ୍ରାଗାଚ୍ଛି, ଖଡ଼ଗପୁର-ଯାଜପୁର କେନ୍ଦୁ୍‌ଝର ରୋଡ଼୍‍-ଖଡ଼ଗପୁର ପାସେଞ୍ଜର୍‌ ନଭେମ୍ବର ୧୮ ତାରିଖ ଦିନ ଛାଡ଼ୁଥିବା ନିର୍ଧାରିତ ଷ୍ଟେସନରୁ ବାତିଲ୍‌ କରାଯାଇଛି। ସେହିପରି ପୁରୀ-ହାଓ୍ଵଡ଼ା ଧଉଳି ଏକ୍ସପ୍ରେସ୍‌, ଜନଶତାବ୍ଦୀ, ଇଷ୍ଟକୋଷ୍ଟ, ପୁରୀ-ଜଗନ୍ନାଥ ଭଳି ୧୬ଟି ଏକ୍ସପ୍ରେସ୍‌ ୧୯ ତାରିଖ ଦିନ ବାତିଲ କରାଯାଇଥିବା ବେଳେ ୨୦ତାରିଖ ଦିନ ଚାରିଟି ଓ ୨୧ ତାରିଖ ଦିନ ଗୋଟିଏ ଟ୍ରେନ୍‌ ବାତିଲ୍‌ ହୋଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ୧୫ ଓ ୧୬ ତାରିଖରେ  ନୂଆଦିଲ୍ଲୀ-ପୁରୀ ନନ୍ଦନକାନନ, ରାଜଧାନୀ ଏକ୍ସପ୍ରେସ ସମେତ ବିଭିନ୍ନ ଟ୍ରେନ୍‌ ନିର୍ଦ୍ଧାରିତ ଗନ୍ତବ୍ୟ ପଥରେ ନ ଯାଇ ପରିବର୍ତ୍ତିତ ପଥରେ ଯାତ୍ରା କରିବେ। ସେହିପରି ପୁରୁଷୋତ୍ତମ ଏକ୍ସପ୍ରେସ୍‌ ନଭେମ୍ବର ୬ରୁ ୧୮ତାରିଖ ପର୍ଯ୍ୟନ୍ତ ଏହାର ନିର୍ଦ୍ଧାରିତ ଗନ୍ତବ୍ୟ ପଥରେ ନଯାଇ ପରିବର୍ତ୍ତିତ ପଥରେ ଯାତ୍ରା କରିବା ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର