ଭୁବନେଶ୍ୱରରୁ ଜଗଦଲପୁର ଓ ଜୁନାଗଡ଼କୁ ଗଡ଼ିବ ଟ୍ରେନ୍‌

ଘୋଷଣା କଲେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ, ଜୁଲାଇରେ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର/ନୂଆଦିଲ୍ଲୀ : ଭୁବନେଶ୍ୱରରୁ ଜୁନାଗଡ଼ ଓ ଜଗଦଲପୁରକୁ ଗଡ଼ିବ ଟ୍ରେନ୍‌। େକନ୍ଦ୍ର ରେଳମନ୍ତ୍ରୀ ପୀୟୂଷ େଗାଏଲ ଆଜି ଏଭଳି ସୂଚନା େଦଇଛନ୍ତି। େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରୀ େଗାଏଲ େଲଖିଥିବା ଚିଠିରେ ଦର୍ଶାଇଛନ୍ତି େଯ ଭୁବନେଶ୍ୱର-ଜୁନାଗଡ଼ ରୋଡ୍ ଏକ୍ସପ୍ରେସ(୧୮୪୩୭ /୧୮୪୩୮) ଭୁବନେଶ୍ୱର ଓ ଜୁନାଗଡ଼ ମଧ୍ୟରେ ଏବଂ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍(୧୮୪୪୭/୧୮୪୪୮) ଭୁବନେଶ୍ୱର ଓ ଜଗଦଲପୁର ମଧ୍ୟରେ ପୃଥକ୍ ପୃଥକ୍‌ ଭାବେ ଚଳାଚଳ କରିବା ନେଇ ବିଭାଗ ନିଷ୍ପତ୍ତି େନଇଛି। ଏହାଦ୍ୱାରା ଯାତ୍ରୀମାନେ ବିଶେଷ ଲାଭ ପାଇପାରିବେ।

ଏହି ଦୁଇଟି ଟ୍ରେନ୍ ଚଳାଚଳ ପାଇଁ ଭବାନୀପାଟଣା ଓ ଜୁନାଗଡ଼ ଅଞ୍ଚଳର ଲୋକେ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଜୁଲାଇ ୧୮ରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖି ଏହା ଉପରେ ପଦକ୍ଷେପ େନବା ଲାଗି ଅନୁ‌ରୋଧ କରିଥିଲେ। ତେବେ ଆଜି ଅନୁରୋଧକୁ ରକ୍ଷା କରି ସ୍ୱୀକୃତି ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ ଶ୍ରୀ େଗାଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ତାଙ୍କ ପତ୍ରରେ କହିଥିଲେ େଯ ବର୍ତମାନ ଭୁବନେଶ୍ୱରରୁ ଯାଉଥିବା ଟ୍ରେନ୍‌କୁ ୧୦ଟି ବଗି ରାୟଗଡ଼ା ଷ୍ଟେସନରେ ଅଲଗା ହୋଇ ଜୁନାଗଡ଼ ଅଭିମୁଖେ ଯାଉଛି। ଅବଶିଷ୍ଟ ୧୨ଟି ବଗି ଜଗଦଲପୁର ଅଭିମୁଖେ ଯାତ୍ରା କରୁଛି। ଫେରିବା ସମୟରେ ଉଭୟ ଜଗଦଲପୁର ଓ ଜୁନାଗଡ଼ରୁ ଆସୁଥିବା ଭିନ୍ନ ଭିନ୍ନ ଟ୍ରେନ୍ ରାୟଗଡ଼ା ଷ୍ଟେସନ୍‌ରେ ଗୋଟିଏ ଇଞ୍ଜିନରେ ଯୋଡ଼ି ହୋଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଛି। ଉପରୋକ୍ତ ବ୍ୟବସ୍ଥା କଳାହାଣ୍ଡି ଟ୍ରେନ୍ ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଜଟିଳ ବ୍ୟବସ୍ଥା ସମ୍ପର୍କରେ ସଚେତନ ନଥିବା ଯାତ୍ରୀମାନେ ଅନେକ ସମୟରେ ସଠିକ୍ ବଗିରେ ଚଢ଼ି ପାରୁନାହାନ୍ତି। ତେଣୁ ଉପରୋକ୍ତ ପ୍ରସ୍ତାବକୁ ଗ୍ରହଣ କରାଗ‌ଲେ ଭୁବନେଶ୍ୱର ଓ କଳାହାଣ୍ଡି ମଧ୍ୟରେ ଯାତ୍ରୀମାନେ ଉପକୃତ ହେବେ। ଏହାବ୍ୟତୀତ ଯାତ୍ରୀଙ୍କ ପାଇଁ ଅଧିକ ସଂଖ୍ୟକ ସଂରକ୍ଷିତ ବଗି ଉପଲବ୍ଧ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର