ଯଶୋଦା-ସୁନ୍ଦରୀ ମୁହାଁମୁହିଁ : ଟ୍ରାଙ୍କୁଲାଇଜର ଲକ୍ଷ୍ୟଚ୍ୟୁତ, ଦୌଡ଼ିଲା ବାଘୁଣୀ

ଅନୁଗୁଳ/ବନ୍ତଳା, : ଅପରେସନ୍‌ ‘ସୁନ୍ଦରୀ’ରେ ଆଜିଠୁ ସାମିଲ ହୋଇଛି ତ‌ାଲିମପ୍ରାପ୍ତ ପୋଷାହାତୀ ‘ଯଶୋଦା’। କୁମ୍‌କି ହାତୀ ପିଠିରେ ବସି ମଧୢପ୍ରଦେଶ ଟ୍ରାଙ୍କୁଲାଇଜ୍‌ ବିଶେଷଜ୍ଞ ବାଘୁଣୀର ଅତି ନିକଟତର ହୋଇଛନ୍ତି। ଜଙ୍ଗଲ ଭିତରେ ‘ସୁନ୍ଦରୀ’ ଓ ‘ଯଶୋଦା’ ଆଜି ବେଶ୍‌ କିଛି ସମୟ ପାଇଁ ମୁହାଁମୁହିଁ ସ୍ଥିତିରେ ଥିଲେ। ମୌକା ଖୋଜି ହାତୀ ପିଠି ଉପରୁ ବିଶେଷଜ୍ଞମାନେ ‘ଟ୍ରାଙ୍କୁଲାଇଜ୍‌ ଡାର୍ଟ’ ନିକ୍ଷେପ କରିଥିଲେ। କିନ୍ତୁ ଚାଲାକ ବାଘୁଣୀ ଦେହରୁ ତାହା ଲକ୍ଷ୍ୟଚ୍ୟୁତ ହୋଇଥିଲା। ବାଘୁଣୀ ଘଟଣାସ୍ଥଳରୁ ଜଙ୍ଗଲକୁ ଦୌଡ଼ି ପଳାଇଥିବା ଜଣାପଡ଼ିଛି। ହାତୀ ଉପରେ ବିଶେଷଜ୍ଞ ଟିମ୍‌ଙ୍କ ପ୍ରଥମ ଦିନରେ କସରତ ବିଫଳ ହୋଇଛି।

ବନ ବିଭାଗ ସୂଚନା ମୁତାବକ, ଆଜି ଅପରାହ୍‌ଣ ପ୍ରାୟ ୨ଟାରୁ ୪ଟା ମଧୢରେ ବାଘୁଣୀ ‘ସୁନ୍ଦରୀ’ ପୁରୁଣାକୋଟ୍‌ ରେଞ୍ଜ୍‌ ଅଣାଖଲି ଏବ˚ କଦଳୀଖୋଲ ଇଲାକାରେ ଥିଲା। ବିଶେଷଜ୍ଞ ଦଳ ହାତୀ ପିଠିରେ ବସି ବାଘୁଣୀ ପାଖକୁ ଯାଇଥିଲେ। ପ୍ରାୟ ଦୁଇ ଘଣ୍ଟା କାଳ ସୁନ୍ଦରୀ ଓ ଯଶୋଦା ଆଗପଛ ହୋଇଥିଲେ। ମୌକା ଦେଖି ହାତୀ ପିଠିରୁ ବାଘୁଣୀ ଆଡ଼କୁ ଟ୍ରାଙ୍କୁଲାଇଜ୍‌ ନିଶାନା ଲଗାଇଥିଲେ ବିଶେଷଜ୍ଞ। ଡାର୍ଟ କ୍ଷେପଣ କରିଥିଲେ। କିନ୍ତୁ ସୁନ୍ଦରୀର ଚାଲାକି ପାଇଁ ଅତି ନିକଟରୁ ମରାଯାଇଥିବା ଡାର୍ଟ ଲକ୍ଷଚ୍ୟୁତ ହୋଇଛି। ବାଘୁଣୀ ଜଙ୍ଗଲ ଭିତରକୁ ଦୌଡ଼ି ପଳାୟନ କରିଛି। ଏଭଳି ସ୍ଥିତିରେ ସଞ୍ଜ ନଇଁ ଯିବାରୁ ବିଶେଷଜ୍ଞ ଦଳ ହାତୀକୁ ନେଇ ଫେରିଛନ୍ତି। ଆସନ୍ତାକାଲି ମଧୢ ପୁଣି ଉଦ୍ୟମ ଜାରି ରହିବ। ଦରକାର ପଡ଼ିଲେ ଆଉ ହାତୀ ଅଣାଯିବ ବୋଲି ସାତକୋଶିଆ ଡିଏଫ୍‌ଓ ରାମା ସ୍ବାମୀ ପି. ଗଣମାଧୢମକୁ କହିଛନ୍ତି। ଏଭଳି ସ୍ଥିତିରେ ଡବ୍ଲୁଆଇଆଇର ଡ. କେ. ରମେଶ ମଧୢ ଆଜି ସାତକୋଶିଆରେ ପହଞ୍ଚିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର