୪ ବରିଷ୍ଠ ଓଏଏସ୍‌ଙ୍କୁ ବଦଳି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ପଦବିରେ କାର୍ଯ୍ୟରତ ୫ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଥିବା ବେଳେ ଅନ୍ୟ ୩ଜଣଙ୍କର ବଦଳି ଆଦେଶକୁ ବାତିଲ କରାଯାଇଛି। ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ। ଏହି ବିଜ୍ଞପ୍ତି ଅନୁଯାୟୀ କଟକ ରାଜସ୍ବ ପରି‌ଷଦରେ ଅତିରିକ୍ତ ବନ୍ଦୋବସ୍ତ କମିସନର ଭାବେ କାର୍ଯ୍ୟ କରୁଥିବା ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)କୁ ଅତିରିକ୍ତ କମିସନର ଭାବେ ବଦଳି କରାଯାଇଛି। ସେହିପରି ଯାଜପୁର ଡିଆରଡିଏ ପିଡି ବ୍ରଜଗୋପାଳ ଆଚାର୍ଯ୍ୟଙ୍କୁ କୃଷି ବିଭାଗକୁ ଅତିରିକ୍ତ ସଚିବ ଭା‌େ‌ବ, ଯାଜପୁର ଡିଆରଡିଏର ଅତିରିକ୍ତ ପିଡି ଇନ୍ଦ୍ରମଣି ନାୟକଙ୍କୁ ଡିଆରଡିଏ ପିଡି ଭାବେ, ସମ୍ବଲପୁର ଡିୟୁଡିଏର ପିଡି ବିକାଶ ଚନ୍ଦ୍ର ବାଇଁଙ୍କୁ ନିଜ ପଦବି ସହିତ ଉତ୍ତରାଞ୍ଚଳ ରାଜସ୍ବ କମିସନର କାର୍ଯ୍ୟାଳୟର ଅତିରିକ୍ତ ସଚିବ ପଦବିକୁ, ରଶ୍ମୀରଞ୍ଜନ ସାହୁଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ମୋ ସ୍କୁଲର ଓଏସ୍‌ଡି ପଦବିର ଅତିରିକ୍ତ ଦାୟିତ୍ବ ସହିତ ବିଏମ୍‌ସିର ଉପ କମିସନର ପଦବିକୁ ବଦଳି କରାଯାଇଛି। ପଞ୍ଚାୟତିରାଜ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବା ସ୍ବୟଂପ୍ରଭା ମହାନ୍ତି ଓ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗରେ ଯୁଗ୍ମ ସଚିବ ଅଞ୍ଜନା ପଣ୍ଡାଙ୍କ ବଦଳି ଆଦେଶ ବାତିଲ ହୋଇଛି। ସେହିପରି ଯାଜପୁରର ପୂର୍ବତନ ଉପ ଜିଲ୍ଲାପାଳ ମଞ୍ଜୁଲତା ମଲ୍ଲିକଙ୍କୁ ରାଜସ୍ବ ପରି‌ଷଦକୁ ଉପ ସଚିବ ଭାବେ ବଦଳି ହୋଇଥିଲେ ବି ତାହା ବାତିଲ କରାଯାଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡକୁ ଏଷ୍ଟାବ୍ଲିସ୍‌ମେଣ୍ଟ ଅଫିସର ପଦବିକୁ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର