ଆଇନର ଆଶ୍ରୟ ନେବେ ପରିବହନ ବିଭାଗ ଡାଟା ଏଣ୍ଟି୍ର ଅପରେଟର

କଟକ : ରାଜ୍ୟର ସମସ୍ତ ଆରଟିଓ ଏବଂ ଏସ୍‌ଟିଏ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟି୍ର ଅପରେଟରମାନେ ସେମାନଙ୍କ ଚାକିରି ସ୍ଥାୟୀ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇବେ। ଏଥିପାଇଁ ସେମାନେ ଆଇନର ଆଶ୍ରୟ ନେବେ ବୋଲି ସ୍ଥାନୀୟ ଓୟା ଭବନରେ ଅନୁଷ୍ଠିତ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ଇ-ଗଭର୍ଣ୍ଣାନ୍ସ ଏମ୍ପ୍ଲଇଜ୍‌ ୟୁନିୟନ୍‌ର ସାଧାରଣ ପରିଷଦ ବୈଠକରେ ସଭାପତି ହେମନ୍ତ ପଣ୍ଡା ଯୋଗଦେଇ ଦୀର୍ଘ ୧୨ ବର୍ଷ ହେଲା କାର୍ଯ୍ୟ କରି ଆସୁଥିବା ଡାଟା ଏଣ୍ଟି୍ର ଅପରେଟରମାନଙ୍କ ଚାକିରିକୁ ସ୍ଥାୟୀ କରାଯାଉ ନଥିବାରୁ ସେ ଏହାର ସମାଲୋଚନା କରିଥିଲେ। ସଂଘର ବୈଠକରେ ସଂପାଦକ ମଦନ ମୋହନ ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଉପସଭାପତି ରାଣା ପ୍ରତାପ ସିଂହ, କୋଷାଧ୍ୟକ୍ଷ ଦୁର୍ଗା ବଲ୍ଲଭ ମିଶ୍ର, ସହ ସମ୍ପାଦକ ଦିଲ୍ଲୀପ ସାହୁ, ପରିଚାଳନା କମିଟି ସଦସ୍ୟ ଚଞ୍ଚଲ ମିଶ୍ର, ସାଇସ୍ମିତା ଲାଲ ପ୍ରମୁଖ ଉପସ୍ଥିତ ଥିଲେ। ହାଇକୋର୍ଟର ଆଇନଜୀବୀ କେ. ସି. ମିଶ୍ରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର