ପରିବହନ ବିଭାଗର ମିଳିତ ଚଢାଉ, ହାଇଦ୍ରାବାଦ ଯାଉଥିବା ବସ୍‌କୁ ଜରିମାନା

ମାଲକାନଗିରି: ମାଲକାନଗିରି ପ୍ରଶାସନ, ପୁଲିସ ଏବଂ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ମିଳିତ ଭାବେ ଚଢ଼ାଉ କରି ଦୁଇ ଅନ୍ତଃରାଜ୍ୟ ବସକୁ ଅଟକ  ରଖିଛନ୍ତି। ଜିଲ୍ଲା ବାହାରକୁ ଅନ୍ୟ ରାଜ୍ୟକୁ କୌଣସି ବସ ଯିବା ନେଇ କଟକଣା କରାଯାଇଥିବା ବେଳେ ସଂଗୀତା ଓ ଗୀତା ନାମକ ଘରୋଇ ବସ ହାଇଦ୍ରାବାଦକୁ ଯାଉଥିଲା। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦୁଇଟି ବସ୍‌ ଉପରେ ଚଢ଼ାଉ କରାଯାଇ ଅଟକ ରଖାଯାଇଛି।

ସେହିପରି ଏହି ଦୁଇଟି ବସର କୌଣସି କାଗଜ ପତ୍ର ଠିକ ନଥିବା ବେଳେ ପରମିଟ ମଧ୍ୟ ନଥିବା ଜଣାପଡିଥିଲା । ତେଣୁ ସଂଗୀତା ବସକୁ  ୨୫ ହଜାର ଏବଂ ଗୀତା ବସ ଉପରେ ୧୦ ହଜାର ଟଙ୍କା ଜରିମାନା  କରାଯାଇଥିବା ଜଣାପଡିଛି। ତେବେ ଯାତ୍ରୀମାନେ ହଇରାଣ ହେଉଥିବାରୁ ପ୍ରଶାସନ ସହ ବସ ମାଲିକଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର