କାହା ଚାପରେ ଗଛ କଟା? : ଢେଙ୍କାନାଳ ଜିଲ୍ଲାପାଳଙ୍କ ଉପରେ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ

ପ୍ରାରମ୍ଭିକ ରିପୋର୍ଟରେ ଜିଲ୍ଲାପାଳ ଦୋଷୀ, ଯେ କୌଣସି ମୁହୂର୍ତରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଢେଙ୍କାନାଳର ବଳରାମପୁରରେ ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୀଷଣ କ୍ଷୁବ୍ଧ। ଗଛ କଟା ବନ୍ଦ ପାଇଁ ନିେର୍ଦଶ ଦେବା ସହିତ ଆଜି ସକାଳେ ଘଟଣାର ଆରଡିସି ସ୍ତରୀୟ ତଦନ୍ତ ଲାଗି କୁହାଯାଇଥିଲା। ତୁରନ୍ତ ଆରଡିସି ମହେନ୍ଦ୍ର ମଲ୍ଲିକ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ ଓ ରାତିରେ ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଥିବା ସୂଚନା ମିଳିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ହିଁ ଗଛ କାଟିବା ପାଇଁ ଜିଲ୍ଲା ପୁଲିସ ଉପରେ ଚାପ ସୃଷ୍ଟି କରିଥିଲେ। ଏଥିପାଇଁ ନିର୍ଦିଷ୍ଟ ଗୋଟିଏ କ୍ଷେତ୍ରରୁ ଜିଲ୍ଲାପାଳଙ୍କ ଉପରେ ଚାପ ଥିଲା। ତେବେ କେଉଁ ସୂତ୍ରରୁ ଚାପ ପଡିଥିଲା, ସେ ନେଇ କେହି ମୁହଁ ଖୋଲୁନାହାନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ସୂଚନା ମିଳିଲାଣି। ଗଛକଟାକୁ ବିରୋଧ କରି ଢେଙ୍କାନାଳ ବଳରାମପୁରରେ ଗତକାଲି ପୁଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ଇଡକୋ ଦ୍ୱାରା ଗୃହୀତ ବିୟର କମ୍ପାନି ପାଇଁ ଗଛ କଟା ଯାଉଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ମଦ କାରଖାନା ପାଇଁ ଏହି ସ୍ଥାନରୁ ୯୫୮ଟି ଗଛ କଟାଯିବାକୁ େଯାଜନା େହାଇଥିଲା ଓ ଗାଁ େଲାକେ ଏହାକୁ ବିେରାଧ କରିଥିେଲ। ଏହି ପ୍ରସଙ୍ଗ ଗତକାଲି ବିଧାନସଭାରେ ଉଠିଥିଲା। ବିେଜପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିେଲ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ମୁଖ୍ୟମନ୍ତ୍ରୀ ଜାଣିବା ପରେ ତୁରନ୍ତ ଜିଲ୍ଲାପାଳଙ୍କୁ ଗଛକଟା ବନ୍ଦ କରିବା ଲାଗି ନିେର୍ଦଶ େଦଇଥିେଲ। େକଉଁ ପରିସ୍ଥତିରେ ଗଛ କଟାଗଲା, କାହା ନିେର୍ଦଶରେ ଏସବୁ େହଲା, େସ େନଇ ତୁରନ୍ତ ଜଣାଇବା ଲାଗି ମୁଖ୍ୟମନ୍ତ୍ରୀ ନିେର୍ଦଶ େଦବା ସହିତ ଆରଡିସିଙ୍କୁ ପଠାଯାଇଥିଲା। ଆରଡିସି ପ୍ରାରମ୍ଭିକ ଅନୁସନ୍ଧାନ କରି ଜାଣିପାରିଛନ୍ତି େଯ ଜିଲ୍ଲାପାଳ ଏଥିପାଇଁ ମାତ୍ରାଧିକ ଆଗ୍ରହ ପ୍ରକାଶ କରିଥିେଲ। ତେବେ କାହାକୁ ଅନୁଗ୍ରହ କରିବା ଲାଗି ବା କାହା ଚାପରେ ଜିଲ୍ଲାପାଳ ଏଭଳି ପଦକ୍ଷେପ େନଲେ, ତାହା ଉପରୁ ରହସ୍ୟ ଉଠିନାହିଁ। ଏହି ରିେପାର୍ଟ େଦଖିବା ପରେ ମୁଖ୍ୟମନ୍ତ୍ରୀ ଭୀଷଣ ଅସନ୍ତୁଷ୍ଟ େହାଇଛନ୍ତି। ଆସନ୍ତାକାଲି ସୁଦ୍ଧା ଚୂଡାନ୍ତ ରିେପାର୍ଟ େଦବା ଲାଗି ମୁଖ୍ୟମନ୍ତ୍ରୀ ନିେର୍ଦଶ େଦଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ େହାଇଯାଇଛି। ବିେରାଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ଜଙ୍ଗଲ ଜମିରୁ ଗଛ କାଟିବା ବେଆଇନ ଓ ଦଣ୍ଡନୀୟ । ଡେରିରେ ହେଲେ ବି ମୁଖ୍ୟମନ୍ତ୍ରୀ ଗଛକଟା ବନ୍ଦ କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେବି। ହେଲେ ଯଦି ମୁଖ୍ୟମନ୍ତ୍ରୀଙ୍କର ଅନୁମତି ନାହିଁ, େତବେ ଆଇନକୁ ଫାଙ୍କି ଗଛକାଟିବା ଲାଗି କିଏ ଅନୁମତି େଦଲା? ତା ବିେରାଧରେ ଏଯାଏ ଫୌଜଦାରି ମାମଲା କାହିଁକି ରୁଜୁ ହୋଇନାହିଁ?

ବିଜେପି ବି ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିେଜପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, ପୁଲିସ ଅତ୍ୟାଚାର କଲା। ମହିଳାଙ୍କ ଉପରେ ଲାଠିଚାର୍ଜ େହଲା। ସରକାର ନିନ୍ଦିତ େହଲେ। ମୁଖ୍ୟମନ୍ତ୍ରୀଙ୍କ ନଜର ବାହାରେ ମନ୍ତ୍ରୀ ଓ ବ୍ୟୁରୋକ୍ରାଟ କିଛି କାର୍ଯ୍ୟ କରୁଛନ୍ତି, ପରବର୍ତୀ ସମୟରେ ଯେତେବେଳେ ଜନପ୍ରତିକ୍ରିୟା ହେଉଛି ଏଥିରୁ ବଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ କାମ ବନ୍ଦର ନିର୍ଦ୍ଦେଶ ଦେଉଛନ୍ତି। ସେ କହିଛନ୍ତି, େମକ୍ ଇନ୍ ଓଡ଼ିଶାର ପ୍ରଥମ ଉପହାର େହଉଛି ମଦ କାରଖାନା। ସ୍ଥାନୀୟ େଲାକଙ୍କ ପ୍ରବଳ ବିେରାଧ ସତ୍ତ୍ବେ େଜାର ଜବରଦସ୍ତ ଭାବେ ଏକ ବୃହତ୍ ବିୟର ଫ୍ୟାକ୍ଟ୍ରି ନିର୍ମାଣ କରିବା ପାଇଁ ଦିଆଗଲା କିପରି? ଗଛ କାଟି ସାରିଲା ପରେ ଆରଡିସି ତଦନ୍ତ ବେଳେ ସାଧାରଣ େଲାକଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ।

ଶ୍ରୀ ପୁରୋହିତ କହିଛନ୍ତି, ଯେବେଠାରୁ ରାଜ୍ୟ ସରକାର ମଦ କାରଖାନା କଥା କହିଛନ୍ତି, ସେବେଠାରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ଆସୁଛନ୍ତି। ସ୍ଥାନୀୟ ଲୋକଙ୍କ ସହିତ ବିନା ଆଲୋଚନାରେ ସରକାର କାରଖାନା ବସାଇବା ପାଇଁ କାହିଁକି ଜିଦ୍ କରୁଛନ୍ତି। କେବଳ ସେତିକି ନୁେହଁ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ପ୍ରଦୂଷଣର ମାତ୍ରା ସର୍ବାଧିକ ଥିବା ବେଳେ ୧୨ ଏକର ଘଞ୍ଚ ଜଙ୍ଗଲ କାଟିବାକୁ ବନ ବିଭାଗ କେମିତି ଅନୁମତି ଦେଲା ତାହା ମଧ୍ୟ ବୁଝାପଡୁନାହିଁ।

ଅନୁରୋଧ ରକ୍ଷା କଲେ ମୁଖ୍ୟମନ୍ତ୍ରୀ: ସୁପର୍ଣ୍ଣୋ

ଭୁବନେଶ୍ବର : ଢେଙ୍କାନାଳ ଜିଲ୍ଲାର ବଳରାମପୁର ଗ୍ରାମ୍ୟ ଜଙ୍ଗଲ ଜମିରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟାକୁ ନେଇ ପୁଲିସ୍-ଗ୍ରାମବାସୀ ଗତକାଲି ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀମତୀ ନନ୍ଦିନୀ ଶତପଥୀ ମେମୋରିଆଲ୍‌ ଟ୍ରଷ୍ଟର ଅଧ୍ୟକ୍ଷ ସୁପର୍ଣ୍ଣୋ ଶତପଥୀ ଟ୍ବିଟ୍ ମାଧ୍ୟମରେ ଏହି ଘଟଣାକୁ ନିନ୍ଦା କରିବା ସହ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀଙ୍କ ସହଯୋଗ ନେବାକୁ ମୁଖ୍ୟମନ୍ତ୍ରୀ, ଢେଙ୍କାନାଳ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପରାମର୍ଶ ଦେଇଥିଲେ। ଆଜି ମୁଖ୍ୟମନ୍ତ୍ରୀ ଗଛକଟା ବନ୍ଦ ସହ ଆର୍‌ଡିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲା ପରେ ମୁଖ୍ୟମନ୍ତ୍ରୀ ଅନୁରୋଧ ରକ୍ଷା କରିଥିବା ନେଇ ସୁପର୍ଣ୍ଣୋ ଟ୍ବିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ଗତକାଲି ଗିରଫ ହୋଇଥିବା ଆନ୍ଦୋଳନକାରୀଙ୍କୁ କୋର୍ଟ ଚାଲାଣ କରାଯିବ ନାହିଁ ଓ ବିୟର ଫ୍ୟାକ୍ଟ୍ରି ପାଇଁ ଦିଆଯାଇଥିବା ଜମି ସମ୍ପର୍କ‌େର ପୁନର୍ବାର ଯାଞ୍ଚ୍ କରାଯିବା ନେଇ ସେ ଟ୍ବିଟ୍‌ରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର