ଅନୁସୂଚିତ ଜନଜାତି ଛାତ୍ରୀନିବାସ ଅବ୍ୟବସ୍ଥା ପ୍ରସଙ୍ଗ : ଛାତ୍ରୀନିବାସ କେଳେଙ୍କାରୀ ବଖାଣିଲେ ବିଧାୟକ

ବର୍ଷକୁ ୨୦ ନୁହେଁ, ୨୦୦ ଛାତ୍ରୀ ନିର୍ଯାତିତା, ମନ୍ତ୍ରୀ କହିଲେ ପରିଦର୍ଶନ ବ୍ୟବସ୍ଥା କଡ଼ାକଡ଼ି ହୋଇଛି

ଭୁବନେଶ୍ବର : ଅନୁସୂଚିତ ଜନଜାତି ଛାତ୍ରୀନିବାସରେ ଅବ୍ୟବସ୍ଥା ଓ ଅସଦାଚରଣ ପ୍ରସଙ୍ଗ େନଇ ଆଜି ବିଧାନସଭାରେ ସରଗରମ ଆେଲାଚନା େହାଇଛି। ବିେଜପି ଓ କଂଗ୍ରେସ ସଭ୍ୟ ଛାତ୍ରୀନିବାସରେ ସହିତ ଜଡିତ ସବୁ କେଳେଙ୍କାରୀର ପର୍ଦାଫାଶ କରିବା ସହିତ ବିଭାଗୀୟ ଉଦାସୀନତା ନେଇ ଅଭିେଯାଗର ପାହଡ ଲଦିଥିଲେ। ଅନ୍ୟପକ୍ଷରେ ସରକାର ବିଭିନ୍ନ ସମୟରେ େନଇଥିବା ପଦକ୍ଷେପ ସଂପର୍କରେ ଶାସକ ଦଳ ବିଧାୟକ ଓ ମନ୍ତ୍ରୀ ଜଗନ୍ନାଥ ସାରକା ଗୃହରେ ତଥ୍ୟ ରଖି ବିେରାଧୀଙ୍କ ଅଭିେଯାଗ େଯ ସତ ଉପରେ ଆଧାରିତ ନୁହେଁ, ଏକଥା ସୂଚାଇବାକୁ େଢର୍ ଉଦ୍ୟମ କରିଥିଲେ।

ରାଜ୍ୟରେ ଅନୁସୂଚିତ ଜନଜାତି ବିଭାଗ ଦ୍ବାରା ପ୍ରତିଷ୍ଠିତ ଛାତ୍ରୀନିବାସ ମାନଙ୍କରେ ଅବ୍ୟବସ୍ଥା ଓ ଅସଦାଚରଣ ଶୀର୍ଷକରେ ମୁଲତବୀ ପ୍ରସ୍ତାବ ଆଗତ େହାଇଥିଲା। ଆେଲାଚନା ଆରମ୍ଭ କରି ବିେରାଧୀ ଦଳ ମୁଖ୍ୟ ସଚେତକ େମାହନ ମାଝୀ ମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ। କହିଥିଲେ, ମନ୍ତ୍ରୀ ଅଫିସରଙ୍କ କଥାକୁ ଶୁଆ ଭଳି ଉଚ୍ଚାରଣ ନ କରି ବାସ୍ତବ ତଥ୍ୟ ଅନୁସନ୍ଧାନ କରନ୍ତୁ। ସରକାରଙ୍କ ତଥ୍ୟ କହୁଛି, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ୧୬୭୦ଟି ବିଦ୍ୟାଳୟ ଓ ୬୫୦୦ ହଷ୍ଟେଲ ରହିଛି। ପାଖାପାଖି ୫.୯୩ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। େସଥିମଧ୍ୟରୁ ୩.୩୦ ଲକ୍ଷ େହଉଛନ୍ତି ଛାତ୍ରୀ। ହେଲେ ସରକାରଙ୍କ ଏ ବ୍ୟବସ୍ଥା ନିରାଶା ସୃଷ୍ଟି କରେ। ମନ୍ତ୍ରୀ ନିେଜ ୧୩ଟି ଜିଲ୍ଲାର ୧୧୯ଟି ବ୍ଲକ ଗସ୍ତ କରନ୍ତୁ।

ଆଦିବାସୀ ପିଲାଙ୍କ ଡ୍ରପ୍ ଆଉଟ୍ େରଟ୍ ଗତ ୧୦ ବର୍ଷ ଧରି କେତେ ରହିଛି େବାଲି ପ୍ରଶ୍ନ କରି ସେ କହିଥିଲେ, ଜନଜାତିର ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ତଦାରଖ ପାଇଁ େକତେ ଼ଡାକ୍ତର ନିେଯାଜିତ େହାଇଛନ୍ତି। ମନ୍ତ୍ରୀ, ସଚିବଙ୍କ ଠାରୁ ଆରମ୍ଭକରି ପଦାଧିକାରୀ କେତେ ଥର ପରିଦର୍ଶନ କରିଛନ୍ତି? ଅନୁସୂଚିତ ଜନଜାତିର ଛାତ୍ରୀମାନଙ୍କୁ ଅସଦାଚରଣ ସୀମା ଟପିଯାଇଛି। ଗତ ୫ ବର୍ଷରେ ପାଖାପାଖି ୨୦ଜଣ ଛାତ୍ରୀ ଯୌନ ନିର୍ଯାତନାର ଶିକାର େହାଇଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣଙ୍କୁ ଶିକ୍ଷକ, ଅନ୍ୟମାନଙ୍କୁ କର୍ମଚାରୀ ଓ ବାହାର ବ୍ୟକ୍ତି ଦୁଷ୍କର୍ମ କରିଛନ୍ତି। ୬ ଜଣ ନାବାଳିକା ମାତୃତ୍ବ ଲାଭ କରିଛନ୍ତି େବାଲି େଖାଦ ସରକାର ସ୍ବୀକାର କରିଛନ୍ତି।

େକବଳ ସେତିକି ନୁେହଁ, ଗତ ଜାନୁଆରି ୧୨ ତାରିଖରେ କନ୍ଧମାଳ ଆଶ୍ରମ ସ୍କୁଲର ଅଷ୍ଟମ େଶ୍ରଣୀ ଛାତ୍ରୀ ଗର୍ଭବତୀ େହାଇଥିଲା। ଚଳିତବର୍ଷ ଆହୁରି ୩ଟି ଏମିତି ଘଟଣା ସାମ୍ନାକୁ ଆସିଛି।ଭୁବନେଶ୍ବର ପର୍ଯ୍ୟନ୍ତ ଏହି କଳଙ୍କିତ ପ୍ରସଙ୍ଗ ଆସିଲାଣି। ଏ ପ୍ରସଙ୍ଗର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଦରକାର।

ଶ୍ରୀ ମାଝୀ ଏସବୁ ବିଦ୍ୟାଳୟ ଓ ଛାତ୍ରାବାସର ଖାଦ୍ୟ ମାନ ନେଇ ଆପତ୍ତି ଉଠାଇବା ସହିତ କହିଥିଲେ, ୫ଲକ୍ଷ ୮୩ ହଜାର ପିଲାଙ୍କ ପାଇଁ ମାତ୍ର ୩ ହଜାର ମାଟ୍ରନ୍। ୬୫୦୦ ହଷ୍ଟେଲ, ୬ ପିଲାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମାତ୍ର ୩୩୬ ଏଏନ୍ଏମ୍। ସବୁ ଯଦି ଠିକ୍ ଅଛି, ତେବେ ପିଲା ରାତାରାତି ପାଚେରି ଡେଇଁ କାହିଁକି ଚାଲିଯାଉଛନ୍ତି?

ବିଜେପି ପକ୍ଷରୁ ବିଧାୟକ ମୁକେଶ ମହାଲିଙ୍ଗ, ସନାତନ ବିଜୁଳି ଆେଲାଚନାରେ ଭାଗ ନେଇ ପାଣି, େଖଳପଡିଆ ଅଭାବ ସଂପର୍କରେ ଦର୍ଶାଇଥିଲେ। କହିଥିଲେ, ପାଣିର ବ୍ୟବସ୍ଥା ନାହିଁ େବାଲି ପିଲାମାେନ ଦୁଇ କିେଲାମିଟର ଜଙ୍ଗଲ ଶୌଚ ପାଇଁ ଯାଉଛନ୍ତି। କେତେବେଳେ ରସୁଣ ଭାତ ବି ଦିଆଯାଉଛି। ସକାଳୁ ଥରେ ଓ ରାତିରେ ଥରେ। ବାକି ସମୟରେ ପିଲାମାନେ େଭାକରେ ଅଛନ୍ତି। ସରକାର ଦେଇଥିବା େଟାଲ୍ ଫ୍ରି ନମ୍ବର କାମ କରୁନି।

ସେହିପରି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଓ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଶ୍ରୀ ବାହିନୀପତି କହିଥିଲେ, କେନ୍ଦୁଝର କି ଫୁଲବାଣୀ ନୁହେଁ, କୋରାପୁଟରେ ବି ଆଦିବାସୀ ଛାତ୍ରୀ ଗର୍ଭବତୀ େହଉଛନ୍ତି। େକାରାପୁଟ ନନ୍ଦପୁରରେ ୭ମାସର ଗର୍ଭବତୀ େହାଇଥିବା ଜଣାପଡିଥିଲା। ଏ ଘଟଣାରେ ପ୍ରଥମେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଦାୟୀ କରି ବହିଷ୍କାର କରାଯାଉ। ତେବେ ଯାଇ ଭୟ ସୃଷ୍ଟି େହବ ଓ ଅନ୍ୟମାନେ ଡରିବେ। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟିଛି। ୧୧୨୦ ସିସିଟିଭି ଲାଗିଥିବା କୁହାଯାଉଛି, ୧୦୦୦ କାମ କରୁନଥିବ। ଖଟ, କମ୍ବଳ ସବୁ ରାଧେ ରାଧେ ନ୍ୟାୟରେ ଚାଲିଛି। ବାସ୍ତବରେ ୨୦ ଜଣ ଛାତ୍ରୀ ନୁହେଁ, ବର୍ଷକୁ ୨୦୦ ପାଖାପାଖି ଛାତ୍ରୀ ଦୁଷ୍କର୍ମର ଶିକାର େହଉଛନ୍ତି।ସେ ମଧ୍ୟରୁ ୯୯ ପ୍ରତିଶତ ସାମ୍ନାକୁ ଆସୁନାହିଁ।

ସରକାରୀ ଦଳ ପକ୍ଷରୁ ଡାକ୍ତର ପ୍ରମୋଦ ମଲ୍ଲିକ, ଭାଗିରଥୀ ସେଠୀ, ଶ୍ରୀକାନ୍ତ ସାହୁ ଓ ରଘୁରାମ େପାଡାଲ ଭାଗ ନେଇ ଛାତ୍ରୀମାନଙ୍କ ପାଇଁ ସରକାର େନଇଥିବା ପଦକ୍ଷେପ ସଂପର୍କରେ ଅବତାରଣା କରିଥିଲେ। କହିଥିଲେ, ୩୦୦୦ ମାଟ୍ରନ୍ ନିଯୁକ୍ତି ଦ୍ବାରା ହଷ୍ଟେଲରେ ଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ନିଶ୍ଚିତ କରାଯାଇପାରୁଛି। ପ୍ରଧାନଶିକ୍ଷକ, ହଷ୍ଟେଲ ଅଧିକାରୀ, ଛାତ୍ରଛାତ୍ରୀଙ୍କୁ ଜୀବନ କୌଶଳ ଶିକ୍ଷା ପ୍ରଦାନ କରାଯାଉଛି। ସରକାର ଟୋଲ୍ ଫ୍ରି ନମ୍ବର କରିଛନ୍ତି ଓ ରାଜ୍ୟସ୍ତରରେ ସ୍କୁଲ ହଷ୍ଟେଲ ମନିଟରିଂ ୟୁନିଟ୍ େଖାଲାଯାଇଛି।

ମୁଲତବୀ ପ୍ରସ୍ତାବ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ସାରକା କହିଥିଲେ, ଛାତ୍ରୀନିବାସ ପାଇଁ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ଛାତ୍ରୀଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ୩୩୬ଟି ଏଏନ୍ଏମ୍ ପଦବି ସୃଷ୍ଟି କରାଯାଇଛି। ପାଞ୍ଚ ଛଅଟି ହଷ୍ଟେଲ ପାଇଁ ଜଣେ ଲେଖାଏଁ ଏଏନ୍ଏମ୍ ଦାୟିତ୍ବ େନଇଛନ୍ତି। ଆଗକୁ ଏହି ସଂଖ୍ୟା ବଢିବ। ସମସ୍ତ ବିଦ୍ୟାଳୟ ଓ ହଷ୍ଟେଲ ପରିଦର୍ଶନ କରିବା ପାଇଁ ବ୍ଲକର ମଙ୍ଗଳ ସଂପ୍ରସାରଣ ଅଧିକାରଙ୍କୁ ନିେର୍ଦଶ ଦିଆଯାଇଛି। ସେହିଭଳି ଜିଲ୍ଲା ମଙ୍ଗଳ ଅଧିକାରୀ, ସହାୟକ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ବି ପରିଦର୍ଶନ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର