ଆଦିବାସୀଙ୍କ ଟଙ୍କା ଗିଳିଦେଇ ପାର୍

ଅଡିଟ୍ ରିପୋର୍ଟରେ ଆଇଟିଡିଏର ବିକଳ ଚିତ୍ର, ଅଫିସରଙ୍କ ସହଯୋଗରେ କେଳେଙ୍କାରୀ, ଦାନୀ କର୍ଣ୍ଣଙ୍କ ଭଳି ବାଣ୍ଟିଛନ୍ତି ଟଙ୍କା, ଫେରାଉନାହାନ୍ତି

ଭୁବନେଶ୍ବର : କେଉଁ ହିତାଧିକାରୀ ଉପକୃତ ହେଲେ, ସେ ତାଲିକା ସମନ୍ବିତ ଆଦିବାସୀ ବିକାଶ ସଂସ୍ଥା ବା ଆଇଟିଡିଏ ପାଖରେ ନାହିଁ। ଆଦିବାସୀଙ୍କ ପାଇଁ ଆସିଥିବା ଅର୍ଥ ଖର୍ଚ୍ଚ କରିଥିବା ଦର୍ଶାଇଛନ୍ତି। ଅଥଚ ପୂରା ୨୦୩ େକାଟି ଟଙ୍କାର ବିନିେଯାଗ ପ୍ରମାଣପତ୍ର ଦିଆଯାଇପାରୁନାହିଁ। ବ୍ୟବସ୍ଥା ଏମିତି ଚାଲିଛି େଯ ଅଫିସରମାନେ ଦାନୀ କର୍ଣ୍ଣଙ୍କ ଭଳି ସରକାରଙ୍କ ତହବିଲରୁ େକାଟି େକାଟି ଟଙ୍କା ବାଣ୍ଟି ଦେଇଛନ୍ତି। େଯଉଁ ବାବୁମାନେ ଆଜି ଦିନରେ ପାଞ୍ଚ ହଜାର ଟଙ୍କା କାଳିଆ େଯାଜନାରେ େକଉଁ ଅଯୋଗ୍ୟ ହିତାଧିକାରୀ େନଇଛନ୍ତି େବାଲି ତନାଘନା କରୁଛନ୍ତି, େସମାନେ ପାଖାପାଖି ୬୦ େକାଟି ଟଙ୍କା କର୍ମଚାରୀ ଅଗ୍ରୀମ େଦଇ ଭୁଲିଯାଇଛନ୍ତି।

ରାଜ୍ୟରେ ଆଦିବାସୀ କଲ୍ୟାଣ ଯୋଜନାରେ ଏଭଳି ଏକ ବଡ଼ କେଳେଙ୍କାରୀ ସାମ୍ନାକୁ ଆସିଛି।

ଆଉ କେହି ନୁେହଁ, ମହାଲେଖାକାର ତଥା ମହାସମୀକ୍ଷକ ସାଧାରଣ ଓ ସାମାଜିକ େକ୍ଷତ୍ର ପାଇଁ େଯଉଁ ଅଡିଟ୍ କରିଛନ୍ତି, େସଥିରେ ଏଭଳି ମେଞ୍ଚା େମଞ୍ଚା ଅନିୟମିତତା ଓ ଦୁର୍ନୀତିର ଗନ୍ଧ ବାହାରୁଛି।

ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥ କିଭଳି ଅଣ ଆଦିବାସୀ ରହୁଥିବା ଅଞ୍ଚଳରେ ବିନିେଯାଗ େହଉଥିଲା, େସ େନଇ ପୂର୍ବରୁ ଅଡିଟ୍ ଚାଞ୍ଚଲ୍ୟକର ତଥ୍ୟ ରଖିଥିେଲ। ସେତେବେଳେ ଏହାକୁ ନେଇ ଓଡ଼ିଶା ଉଠିଲା ପଡ଼ିଲା। ତଥାପି ବାବୁମାନେ କିଛି ଶିଖିଲେନି କି ସରକାର ସତର୍କ ନ େହବା କାରଣରୁ ପୁଣି ଥରେ ଏଭଳି େକଳେଙ୍କାରୀ ଘଟିଥିବା କୁହାଯାଉଛି।

ଆଦିବାସୀଙ୍କ ବିକାଶ େକ୍ଷତ୍ରରେ ଆଇଟିଡିଏକୁ େନାଡାଲ ଏେଜନ୍ସି େବାଲି ବିଚାର କରାଯାଇଥାଏ। ୧୧୯ ବ୍ଲକକୁ ନେଇ ରାଜ୍ୟରେ ୨୨ଟି ଆଇଟିଡିଏ କାର୍ଯ୍ୟ କରୁଛି। ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟ େହଉଛି, ଆଦିବାସୀଙ୍କୁ େଶାଷଣରୁ ରକ୍ଷା କରି ସାମାଜିକ-ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମ କରିବେ। େରାଜଗାର ଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନେବେ ଓ ସମାନ୍ତରାଳ ଭାବେ େସସବୁ ଅଞ୍ଚଳରେ ଭିତ୍ତିଭୂମିର ବିକାଶ କରିବେ।

୨୦୧୩-୧୪ରୁ ୨୦୧୭-୧୮ ପାଞ୍ଚ ବର୍ଷର କାର୍ଯ୍ୟ ଉପରେ ଅଡିଟ୍ ଟିମ୍ ତନାଘନା ଆରମ୍ଭ କରିଥିଲେ। ଭାତ ହାଣ୍ଡିରୁ େଗାଟିଏ ଦୁଇଟି ଚିପିବା ଭଳି ୨୨ଟି ଆଇଟିଡିଏ ମଧ୍ୟରୁ ୮ଟି (ବଣାଇ, ପାରଳାଖେମୁଣ୍ଡି, ଗୁଣୁପୁର, ଜୟପୁର, େକନ୍ଦୁଝର, କରଞ୍ଜିଆ, େକାରାପୁଟ ଓ ନବରଙ୍ଗପୁର) ଆଇଟିଡିଏ ଅଡିଟ୍ ସାମ୍ନା କରିଛନ୍ତି। ଅଡିଟ୍ ଟିମ୍ ୪୦୦ ହିତାଧିକାରୀ ଓ ସ୍ବୟଂ ସହାୟକ େଗାଷ୍ଠୀ ସହିତ ଆେଲାଚନା ବି କରିଛନ୍ତି।

ଅଡିଟ୍ ରିେପାର୍ଟ ଦର୍ଶାଉଛି, ବିଭିନ୍ନ େଯାଜନା କାର୍ଯ୍ୟାନ୍ବୟନ େବଳେ ଆଇଟିଡିଏ ନିଜସ୍ବ ଡାଟା ବେସ୍ ବ୍ୟବହାର କରିନାହିଁ ବା େକଉଁ ହିତାଧିକାରୀ େକଉଁ େଯାଜନାରେ ଲାଭବାନ ହେଲେ ସେ ତାଲିକା ତାଙ୍କ ପାଖରେ ନାହିଁ। େସମାନେ ଏ କ୍ଷେତ୍ରରେ ମଣ୍ଡଳ ଉନ୍ନୟନ ଅଧିକାରୀ, ସହଯୋଗ େଯାଗାଉଥିବା ବେସରକାରୀ ସଂଗଠନ(ଏନଜିଓ), କଫି େବାର୍ଡ, ରବର େବାର୍ଡ ଉପରେ ନିର୍ଭରଶୀଳ। ପରିଣାମ େହଲା, ୩୧ଜଣ ଅଣ ଆଦିବାସୀ ବ୍ୟକ୍ତି ୧୩ଲକ୍ଷ ୫ ହଜାର ଟଙ୍କା ସହାୟତା େନଇଯାଇଛନ୍ତି। ଏକଥା ବି େଦଖାଯାଇଛି, ୭୮୧ ଜଣ ହିତାଧିକାରୀ ଓ ୧୪ଟି ସ୍ବୟଂ ସହାୟକ େଗାଷ୍ଠୀ ଯେଉଁମାନେ କୃଷି ବିଭାଗକୁ ସବସିଡି େନଇଛନ୍ତି, େସମାନେ ଅନୁସୂଚିତ ଜନଜାତି ବିଭାଗରୁ ମଧ୍ୟ ୯୧ଲକ୍ଷ ୭୦ ହଜାର ଟଙ୍କା ନେଇଯାଇଛନ୍ତି।

୨୦୦୨ ମସିହାରେ ଅର୍ଥ ବିଭାଗ ସ୍ପଷ୍ଟ ନିେର୍ଦଶ ଦେଇଥିଲେ େଯ କୌଣସି ସରକାରୀ କର୍ମଚାରୀ ଯଦି ଅଗ୍ରୀମ େନଇ ବର୍ଷକ ମଧ୍ୟରେ ପରିେଶାଧ ନ କରନ୍ତି, େସମାନଙ୍କ ବିେରାଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାତ୍ର ଅର୍ଥ ବିଭାଗ ନିେର୍ଦଶର ଏଠାରେ େଖାଲା ଉଲ୍ଲଂଘନ ଘଟିଛି। ୨୦୧୮ ଜୁଲାଇ ମାସ ସୁଦ୍ଧା ୪୬୪ଜଣ ସରକାରୀ କର୍ମଚାରୀ, କିଛି ସରକାରୀ ଓ ବେସରକାରୀ ସଂଗଠନ ୫୭ େକାଟି ୫୩ଲକ୍ଷ ଟଙ୍କା ଅଗ୍ରୀମ ନେଇ ଆଉ େଫରାଇ ନାହାନ୍ତି। ଏ ମଧ୍ୟରୁ ୬ େକାଟି ୬୫ଲକ୍ଷ ଟଙ୍କା ୫ବର୍ଷରୁ ଅଧିକ ସମୟ ଧରି ଅଗ୍ରୀମ ଆକାରରେ ଖାତାରେ ଗଡୁଛି। ବିଭାଗୀୟ ଅଧିକାରୀ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି।

େକନ୍ଦ୍ର ସରକାର େଯଉଁ ଅନୁଦାନ ପ୍ରଦାନ କରିଥାନ୍ତି, ତାର ବର୍ଷକ ମଧ୍ୟରେ ତାର ବିନିେଯାଗ ପ୍ରମାଣ ପତ୍ର ପ୍ରଦାନ କରାଯିବାର ବିଧି ରହିଛି। ୨୦୧୩ରୁ ୨୦୧୭ ମଧ୍ୟରେ ଅନୁସୂଚିତ ଜନଜାତି ବିଭାଗ ୬୪୩ େକାଟି ୪୪ଲକ୍ଷ ଟଙ୍କା ଅନୁଦାନ ଗ୍ରହଣ କରିଛନ୍ତି, ଯାହା ୨୨ଟି ଆଇଟିଡିଏକୁ ପ୍ରଦାନ କରାଯାଇଛି। ମାତ୍ର ୨୦୧୮ େମ’ ମାସ ସୁଦ୍ଧା ମାତ୍ର ୪୩୯ େକାଟି ୯୩ଲକ୍ଷ ଟଙ୍କାର ବିନିେଯାଗ ପ୍ରମାଣ ପତ୍ର ଦିଆଯାଇପାରିଥିଲା।

ବିଭିନ୍ନ କାର୍ଯ୍ୟକ୍ରମ ରୂପାୟନ େକ୍ଷତ୍ରରେ ଅଡିଟ୍ େଯଉଁ ତଥ୍ୟ ପାଇଛନ୍ତି, ତାହା ଆଖି ତରାଟି େଦବା ଭଳି। ୮ଟି ଆଇଟିଡିଏକୁ ୭୫୨େକାଟି ୯୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏଥିରୁ ୬୧୪ େକାଟି ୧୭ଲକ୍ଷ ଟଙ୍କା (୮୨%) ଭିତ୍ତିଭୂମି ବିକାଶ ପାଇଁ, ୯୬ େକାଟି ୬୬ଲକ୍ଷ ଟଙ୍କା (୧୩%) େରାଜଗାର ଭିତ୍ତିକ କାର୍ଯ୍ୟକ୍ରମ ସୃଷ୍ଟି କରିବା ଲାଗି ଏବଂ ୪୧େକାଟି ୭ ଲକ୍ଷ ଟଙ୍କା ଆଦିବାସୀ ଯୁବକଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଖର୍ଚ୍ଚ ହେବା କଥା।

ଦେଖାଯାଇଛି, ଭିତ୍ତିଭୂମି ବିକାଶରେ େହାଇଥିବା ଅନେକ ଟଙ୍କା ତୁଚ୍ଛାଟାରେ ଖର୍ଚ୍ଚ େହାଇଛି। ଅଡିଟ୍ ଟିମ୍ େଯଉଁ ୭୧ େକାଟି ଟଙ୍କାର ବିନିେଯାଗ ଉପରେ ଘଣ୍ଟାଚକଟା କରିଛନ୍ତି, େସଥିରେ ୨୪ େକାଟି ୨୪ଲକ୍ଷ ଟଙ୍କା ବରବାଦ େହାଇଥିବା ଜଣାପଡିଛି। ୨୦୧୧ ଜୁଲାଇ ମାସରେ ଉଦ୍ୟାନ ନିେର୍ଦଶକ ଜଣାଇଥିଲେ େଯ ଆବଶ୍ୟକ ସଂରକ୍ଷଣ ବ୍ୟବସ୍ଥା ଓ ବଜାର ନଥିବା କାରଣରୁ ପନିପରିବା ଓ ଫଳଚାଷ େକ୍ଷତ୍ରରେ ଅଭାବୀ ବିକ୍ରି ପରିସ୍ଥିତି ସୃଷ୍ଟି େହଉଛି। ଜାତୀୟ ଉଦ୍ୟାନ ମିସନ ସହିତ ମିଶି ଶୀତଳଭଣ୍ଡାର ସୃଷ୍ଟି ପାଇଁ ସ୍ଥିର େହାଇଥିଲା। େକନ୍ଦୁଝର, େକାରାପୁଟ, ଗୁଣୁପୁର ଓ ନବରଙ୍ଗପୁର ଆଇଟିଡିଏ ୪ଟି ରେଫ୍ରିଜେଟର ଭ୍ୟାନ କିଣିଥିଲେ। ୧୨ଟି େକାଲଡ ଚାମ୍ବର ଆଦି ପ୍ରତିଷ୍ଠା େହାଇଥିଲା। ମାତ୍ର ଏସବୁ ଚାଷୀମାନଙ୍କ କାମରେ ଲାଗିଲାନି।

ସେହିଭଳି ଜୟପୁର ଆଇଟିଡିଏ ଅଧୀନସ୍ଥ ଗଗନପୁରରେ ଏକ କୁକୁଡ଼ା ଖାଦ୍ୟ ଦାନା କାରଖାନା ପ୍ରତିଷ୍ଠା ଲାଗି େଯାଜନା େହଲା। ଉଦ୍ଦେଶ୍ୟଥିଲା,ଏହା ସ୍ଥାନୀୟ ମକା ବ୍ୟବସାୟୀଙ୍କୁ ଲାଭବାନ କରିବ ଓ ଏଠାରୁ କମ୍ ମୂଲ୍ୟରେ କୁକୁଡ଼ା ଚାଷୀ ଦାନା ପାଇପାରିବେ। ୨୦୧୬ ଜୁଲାଇରେ ୩େକାଟି ୧୨ଲକ୍ଷ ଟଙ୍କା ଜମା କଲେ। ମାତ୍ର ଶେଷରେ ଏହି ପ୍ରକଳ୍ପ ବାବଦରେ ଦିଆଯାଇଥିବା ଅର୍ଥରୁ ୨ େକାଟି ୨୧ଲକ୍ଷ ଟଙ୍କା ଦରମା, ସିପିଏଫ୍ ଅର୍ଥ ପ୍ରଦାନ, ଋଣ ପରିେଶାଧ ବାବଦରେ ଖର୍ଚ୍ଚ ହେଲା। ଏହି ପ୍ରକଳ୍ପଟି ଅଧା ପନ୍ତରିଆ ଭାବେ ରହିଗଲା।

ପ୍ରଶ୍ନ ଉଠୁଛି, ଅଡିଟ୍ ସାମ୍ନାକୁ ଆଣିଥିବା ଏ କେଳେଙ୍କାରୀ ସଂପୃକ୍ତ ଜିଲ୍ଲାମାନଙ୍କରେ ଇତିମଧ୍ୟରେ ଦାୟିତ୍ବ ନିର୍ବାହ କରିଥିବା ଜିଲ୍ଲାପାଳମାନଙ୍କ ନଜରରେ ପଡୁନି କେମିତି? ସଚିବାଳୟରେ ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରେ ବସି ରାଜ୍ୟ ପାଇଁ େଯାଜନାର ଚିତ୍ର ଆଙ୍କୁଥିବା ଅନୁସୂଚିତ ଜନଜାତି ବିଭାଗର ମନ୍ତ୍ରୀ ଓ ସଚିବ ଏ ସଂପର୍କରେ ଜାଣିପାରୁନାହାନ୍ତି କାହିଁକି? କେତେଥର ଏମାନେ ଆଇଟିଡିଏ ଯାଇ ତନାଘନା ବା ସମୀକ୍ଷା କରିଥିଲେ? ସର୍ବୋପରି ନିୟମିତ ବ୍ୟବଧାନରେ ସଚିବମାନେ ଜିଲ୍ଲା ଗସ୍ତ କରୁଛନ୍ତି। ସେମାନଙ୍କ ନଜରରେ ଏସବୁ ପଡିଲାନି? ଯଦି ପଡ଼ିଥିଲା, କି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା?

ସମ୍ବନ୍ଧିତ ଖବର

Comments are closed.