ଭୁବନେଶ୍ବର: ଗତ ମଧ୍ୟ ରାତ୍ରିରେ ପରଲୋକଗତ ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ’ର ସମ୍ପାଦକୀୟ ପୃଷ୍ଠାର ସମ୍ପାଦକ ରଣଜିତ ଗୁରୁଙ୍କର ପାର୍ଥିବ ଶରୀର ଆଜି ପ୍ରାୟ ୧୧ଟା ସମୟରେ ସମ୍ବାଦ ଭବନଠାରେ ପହଞ୍ଚିଥିଲା। ଏହାପରେ ସମ୍ବାଦ,ସମ୍ବାଦ ପୋର୍ଟାଲ,କନକ ଟିଭିି ଓ ରେଡିଓ ଚକଲେଟ୍ ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।
ଏହି ଅବସରରେ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କର ଜଣେ ସାଥୀଙ୍କୁ ହରାଇଲେ ବୋଲି କହିଥିଲେ। ସେ ଆହୁରି ବି କହିଥିଲେ ଯେ ରଣଜିତ ଗୁରୁ ଥିଲେ ସମ୍ବାଦର ଜଣେ ସ୍ତମ୍ଭ। ସେ ସମ୍ବାଦ ଆରମ୍ଭ ସମୟରୁ କାର୍ଯ୍ୟ କରିଥିଲେ। ତାଙ୍କର ବିୟୋଗରେ ସେ ଗଭୀର ମର୍ମାହତ ବୋଲି କହିଥିଲେ ଶ୍ରୀ ପଟ୍ଟନାୟକ।
/sambad/media/post_attachments/wp-content/uploads/2019/08/Gurusir-ff-300x232.jpg)
ଏହାପରେ ରଣଜିତ ଗୁରୁଙ୍କ ପାର୍ଥିବ ଶରୀରକୁ ବରଗଡ଼ ଜିଲ୍ଲାର ମହଖଣ୍ଡରେ ଥିବା ତାଙ୍କ ପୈତୃକ ଗ୍ରାମକୁ ନିଆଯାଉଛି। ସେଠାରୁ ସମ୍ବଲପୁରକୁ ଅଣାଯାଇ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି। ରଣଜିତ ଗୁରୁଙ୍କ ବିୟୋଗରେ ବରିଷ୍ଠ ସାମ୍ବାଦିକ ,ବୁଦ୍ଧିଜୀବୀ ଓ ରାଜନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/Ranjit-Guru_Thumbnail.jpg)