ଅଚ୍ୟୁତ‌ାନନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ : ଘୁଷୁରାମୁଣ୍ଡା ଲୁହରେ ଭିଜିଲା

ଲୋଇସି˚ହା : ଛତିଶଗଡ଼ରେ ମାଓ ହାମଲାରେ ପ୍ରାଣ ହରାଇଥିବା ଦୂରଦର୍ଶନର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ପାର୍ଥିବ ଶରୀର ବୁଧବାର ଦିନ ସାଢ଼େ ୧୨ରେ ତାଙ୍କ ନିଜ ଗାଁ ଘୁଷୁରାମୁଣ୍ତାରେ ପହଞ୍ଚିଥିଲା। ଏହାପରେ ଗାଁରେ ଶୋକାକୁଳ ପରିବେଶରେ ତାଙ୍କ ଅନ୍ତିମ ସ˚ସ୍କାର କରାଯାଇଛି।

ଆଜି ସକାଳେ ଛତିଶଗଡ଼ରୁ ଏକ ଆମ୍ବୁଲାନ୍ସରେ ପୁଲିସ ଅଫିସର ଏସ.କେ କୁଲଦୀପ ଏବ˚ ୨ କନଷ୍ଟେବଲ ତାଙ୍କ ମରଶରୀରକୁ ନେଇ ଆସିଥିଲେ। ସାଙ୍ଗରେ ଥିଲେ ସ୍ବର୍ଗତ ସାହୁଙ୍କ ପତ୍ନୀ ହିମାଞ୍ଜଳି ସାହୁ। ଏହାପରେ ବଲାଙ୍ଗୀର ଏସପି କେ.ଶିବା ସୁବ୍ରମଣିଙ୍କ ଉପସ୍ଥିତିରେ ଏଠାରେ ଗାର୍ଡ ଅଫ୍‌ ଅନର‌୍‌ ଦିଆଯାଇଥିଲା। ଶୋକାକୁଳ ପରିବେଶରେ ତାଙ୍କ ମରଶରୀରକୁ ଗ୍ରାମର ଶ୍ମଶାନକୁ ନିଆଯାଇ ଅନ୍ତିମ ସ˚ସ୍କାର କରାଯାଇଥିଲା। ତାଙ୍କ ବଡ଼ଭାଇ ପ୍ରଶାନ୍ତ ସାହୁ ମୁଖାଗ୍ନି ଦେଇଥିଲେ।

ଦିଲ୍ଲୀରୁ ଦୂରଦର୍ଶନ ନି‌େର୍ଦଶକ କୃପାସିନ୍ଧୁ ଯାଦବ ମଧୢ ଗ୍ରାମରେ ପହଞ୍ଚିଥିବା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସ୍ଥାନୀୟ ବିଧାୟକ ଯୋଗେନ୍ଦ୍ର ବେହେରା, ପ୍ରଶାସନିକ ଅଧିକାରୀ ଏବଂ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର