ଟ୍ରିପଲ ମର୍ଡର ମାମଲାରେ ଜାମିନ ଖାରଜ

କଟକ : ଅନୁ‌ଗୋଳ ଜିଲ୍ଲା ଆଠମଲ୍ଲିକର କିଶୋରନଗର ଥାନା ଅଞ୍ଚଳରେ ୨୦୧୭, ଅକ୍ଟୋବର ୧୦ରେ ଘଟିଥିବା ଅପହରଣ ଓ ଟ୍ରିପଲ ମର୍ଡର ମାମଲାରେ ଅଭିଯୁକ୍ତ ନନ୍ଦ କିଶୋର ସେଠୀଙ୍କ ନିୟମିତ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜାମିନ ଆବେଦନ ଖାରଜ କରିବା ସହିତ ନିମ୍ନ ଅଦାଲତ ବିଚାର ପ୍ରକ୍ରିୟାକୁ ଯଥାଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ବିରଞ୍ଚି ନାୟକ, ତାଙ୍କ ପତ୍ନୀ ତରଣୀ ନାୟକ ଓ ପୁଅ ଏକଲବ୍ୟ ନାୟକଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ନେଇ ବିରଞ୍ଚିଙ୍କ ଭାଇ ସୁଶାନ୍ତ ନାୟକ କିଶୋରନଗର ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ପୁଲିସ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରାଙ୍କ ବିରୋଧରେ ଅପହରଣ ଓ ହତ୍ୟା ଭଳି ମାମଲା ରୁଜୁ କରି ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଚାର୍ଜସିଟ ଦାଖଲ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ନନ୍ଦକିଶୋର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର