ଟ୍ରକ୍‌ ମାଡ଼ିଯାଇ ୨ ମୃତ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଙ୍କମାରୁଣି ପୋଲରେ ଆଜି ଅପରାହ୍ଣ ୪ଟା ବେଳେ ଟ୍ରକ୍‌ ମାଡ଼ିଯାଇ ୨ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏଥିସହ ଟ୍ରକ୍‌ ମାଡ଼ିଯିବାରୁ ଗୋଟିଏ ଗୋରୁର ମୃତ୍ୟୁ ଘଟିଥିବା ବେଳେ ଆଉ ଗୋଟିଏ ଆହତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ତେଲକୋଇ ଛାମୁଡା ନୂଆସାହିର ଧନେଶ୍ବର ପ୍ରଧାନ (୫୦), ଦୁଳ ମହାକୁଡା (୪୫) ଏବ˚ ବାରିଆ ଥାନା କେନ୍ଦୁଆ ଗ୍ରାମର ବନମାଳି ମାଟିଆ (୪୨)ଙ୍କ ସହିତ ଆଉ ଦୁଇଜଣ ଆଜି ଛାମୁଡାରୁ ଏକ ଗାଈ ଗୋଠକୁ ଝୁମ୍ପୁରାକୁ ନେଉଥିଲେ । ଅପରାହ୍ନ ୪ଟା ବେଳେ ବାଙ୍କମାରୁଣି ପୋଲ ପାରି ହେଉଥିବାବେଳେ ଏକ ଅଜଣା ଟ୍ରକ୍‌ ଏମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ଦୁଳ ମହାକୁଡଙ୍କ ମୃତ୍ୟୁ ଘଟିଥିବା ବେଳେ ଧନେଶ୍ବର, ବନମାଳି ଗୁରୁତର ଆହତ ହୋଇଥିଲେ। ସାଇ ମା ତାରିଣୀ ଟୋଲ୍‌ୱେଜ୍‌ର ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ମୃତ ଏବ˚ ଆହତଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଧନେଶ୍ବରଙ୍କର ମଧୢ ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ । ବନମାଳୀ ଗୁରୁତର ଭାବେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ସଦର ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିଛି। ଦୁର୍ଘଟଣା ଘଟାଇଥିିବା ଗାଡ଼ିକୁ ପୁଲିସ ଖୋଜୁଛି।

ସମ୍ବନ୍ଧିତ ଖବର