ଟ୍ରକ୍‌ ସହ ବାଇକ୍‌ର ଧକ୍କା: ଜଣେ ମୃତ ,ଜଣେ ଗୁରୁତର

ମୁନିଗୁଡ଼ା: ଆଜି ସକାଳେ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ଭାଲିଆପଦର ଗାଁର ଦୁଇଜଣ ଯୁବକ ବାଇକରେ ଘରୁ ବାହାରିଥିଲେ। ହେଲେ ସେମାନଙ୍କୁ ଜଣା ନଥିଲା ଯେ ଏକ ଦୁର୍ଘଟଣା ଘଟିବାକୁ ଯାଉଛି, ସେଥିରେ ପୁଣି ଜଣଙ୍କର ପ୍ରାଣହାନି ଘଟିବ। ଉଭୟଙ୍କ ଭିତରୁ ଜଣେ ହେଲେ ଥବିର ପଲକିୟା (୨୪) ଏବଂ ଆର ଜଣକ ହେଲେ ନରେନ୍ଦ୍ର ଖିଆଲ(୨୫)। ସେ ଦୁହେଁ ବାଇକରେ ଯାଉଥିବା ବେଳେ ହଠାତ୍‌ ଏକ ଟ୍ରକ୍‌ ସହ ଧକ୍କା ହୋଇଥିିଲା। ଫଳରେ ଘଟଣାସ୍ଥଳରେ ଟଳିପଡ଼ିଥିଲେ ଥବିର। ଘଟଣା ସଂପର୍କରେ ଖବର ପାଇ ମୁନିଗୁଡ଼ା ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିବା ସହ ଟ୍ରକକୁ ଜବତ କରିଥିଲା।

ମିଳିଥିବା ସୂଚନା ଅନୁଯାୟୀ ଆହତ ନରେନ୍ଦ୍ର ଖିଆଲଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସେ ବିଷମକଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହାପରେ ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ଭବାନିପାଟଣା-ମୁନିଗୁଡ଼ା ରାସ୍ତା ଅବରୋଧ କରିଥିଲେ।

ସମ୍ବନ୍ଧିତ ଖବର