ଚଳନ୍ତା ଟ୍ରକ୍‌ ଜଳିଗଲା

ବାଂଶପାଳ : ବାଂଶପାଳ ବ୍ଲକ ରଙ୍ଗଡିହି-ଫୁଲଝର ରାସ୍ତାର କମଗାଁରେ ଆଜି ଅପରାହ୍‌ଣରେ ଏକ ଦଶଚକିଆ ଟ୍ରକ୍‌ (ଓଆର୍‌ ୦୫ ଡବ୍‌ଲ୍ୟୁ ୩୭୯୭) ଜଳିଯାଇଛି।

ଗାଡ଼ିଟି ଅଁରାରୁ ଶୁଆକାଟୀ ପଟେ ଫେରୁଥିଲାବେଳେ ହଠାତ ଇଞ୍ଜିନରେ ନିଅାଁ ଲାଗିଯାଇଥିଲା। କିଛି ସମୟ ଭିତରେ ହୁତ୍‌ ହୁତ୍‌ ହୋଇ ଜଳିବାରେ ଲାଗିଥିଲା। ଗାଡ଼ିରେ ଥିବା ଡ୍ରାଇଭର ଓ ହେଲ୍‌ପର ଓହ୍ଲାଇପଡ଼ିବାରୁ ସୁରକ୍ଷିତ ଅଛନ୍ତି। କିଛି ସମୟ ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଟ୍ରକ୍‌ର ଅର୍ଦ୍ଧାଧିକ ଅଂଶ ପୋଡ଼ିସାରିଥିଲା। ସଟ୍‌ସର୍କିଟ କିମ୍ବା ଅନ୍ୟ କୌଣସି କାରଣରୁ ନିଅାଁ ଲାଗିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର