ମୋବାଇଲରେ କଥା ହେବା ହେଲା କାଳ, ମାହାନଦୀକୁ ଖସିପଡିଲେ ଟ୍ରକ ଡ୍ରାଇଭର

ପାରାଦୀପ: ଭୁତମୁଣ୍ଡେଇ ପୋଲ ଉପରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଲ ଉପରେ ଟ୍ରକ ରଖି ଡ୍ରାଇଭର ଜଣଙ୍କ ମୋବାଇଲରେ କଥା ହେଉଥିବା ବେଳେ ମହାନଦୀକୁ ଖସି ପଡିଛନ୍ତି । ଘଟଣାସ୍ଥଳରେ ସାଥି ଡ୍ରାଇଭର ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଛନ୍ତି । ବର୍ତ୍ତମାନ ରାତି ବହୁତ ହୋଇଯାଇଥିବାରୁ ଅଗ୍ନିଶମ ବିଭାଗ ମଧ୍ୟ କୌଣସି ପ୍ରକାର ସାହାଯ୍ୟ କରିପାରୁ ନାହିଁ ।

ସମ୍ବନ୍ଧିତ ଖବର