ଅଙ୍ଗନଦୀରେ ଟ୍ରେଲର୍ ଖସିଲା : ଡ୍ରାଇଭର ମୃତ, ହେଲପର୍ ଗୁରୁତର

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ମହୁଲପାଲି ଦେଇ ଯାଉଥିବା ଏକ ଲୁହାଛଡ଼ ବୋଝେଇ ଟ୍ରେଲର ଅଙ୍ଗନଦୀ ପୋଲରୁ ଖସି ପଡ଼ିଛି। ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି। ଟ୍ରେଲରଟି (ଓଡି୦୫-ଏଏମ୍-୮୫୪୭) ଅନୁଗୁଳରୁ ଲୁହାଛଡ଼ ନେଇ ନୂଆପଡ଼ା ଜିଲ୍ଲା ଅଭିମୁଖେ ଯାଉଥିଲା। ବାଟରେ ଅଙ୍ଗନଦୀ ପୋଲ ପାରି ହେବା ସମୟରେ ଭାରସାମ୍ୟ ହରାଇ ଉକ୍ତ ଟ୍ରେଲର ପୋଲ ଉପରେ ଥିବା ୧୦/୧୨ଟି ଖୁଣ୍ଟକୁ ଧକ୍କା ଦେଇ ତଳକୁ ଖସିପଡ଼ିଥିଲା। ଫଳରେ ଡ୍ରାଇଭର ନୟାଗଡ଼ ଜିଲ୍ଲା ଇଟାମାଟି ଗ୍ରାମର ନକୁଳ ନାଏକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ହେଲପର ଗୋଲପୋଖରୀ ଗ୍ରାମର ଅନୀଲ ପାତ୍ର ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଯାଇଥିଲେ। ସ୍ଥାନୀୟ ଯୁବକମାନେ ଘଟଣାସ୍ଥଳରୁ ଅନୀଲଙ୍କୁ ଉଦ୍ଧାର କରି ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପଦ୍ମପୁର ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର