ପା‌ରଳାଖେମୁଣ୍ଡି : ଆଜି ସକାଳେ ଏକ କପା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟିଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ବୁରୁଜାଙ୍ଗଠାରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ଏକ କପା ବୋଝେଇ ଟ୍ରକ (ଏପି୦୭ଟି ଡବ୍ଲୁ ୮୫୯୫)ଭାରସାମ୍ୟ ହରାଇ ଲାଞ୍ଜିପଦର ଛକ ନିକଟରେ ଥିବା ଏକ ମର୍କୁରି ଲାଇଟ ଖମ୍ବକୁ ଧକ୍କା ଦେଇଥିଲା। ଏହାଫଳରେ ଟ୍ରକ୍ ଓଲଟି ପଡ଼ିଥିବାର ଦେଖିବାକୁ ମିଳିଥିଲା।

Advertisment

ଘଟଣାସ୍ଥଳରୁ ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକେ ଅଟକ ରଖି ରାୟଗଡ଼ ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ତେବେ ଲକ୍ ଡାଉନ ସମୟରେ ଜନସାଧାରଣଙ୍କୁ ଘରେ ରହିବା ପାଇଁ ସରକାର ଏତେ ପଦକ୍ଷେପ ନେଉଥିଲା ବେଳେ ଉକ୍ତ କପା ବୋଝେଇ ଟ୍ରକ କେଉଁଠିକୁ ଯାଉଥିଲା ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।