ବାଲେଶ୍ୱର: ରବିବାର ବଡ଼ି ସକାଳୁ ବୋଇଶିଙ୍ଗା ଥାନା ଅଧୀନ ୬ ନମ୍ବର ଜାତୀୟ ରାଜପଥ କଳମା-ବାରିପଦା ରାସ୍ତାର କଳମା ନିକଟରେ ଡମ୍ପର୍ ଧକ୍କା ଖାଇ ଜଣେ ଟ୍ରକ୍ ଡ୍ରାଇଭର୍ଙ୍କର ମୃତ୍ୟୁ ଘଟିଛି।
ମୃତ ଡ୍ରାଇଭର୍ ହେଉଛନ୍ତି ଉତ୍ତର ପ୍ରଦେଶ ରାଜ୍ୟର ସୋନପୁର କକ୍ରାଓ୍ଵାର ବାସିନ୍ଦା ରଇସ୍ ଅଲି।
ରାସ୍ତା ପାର୍ଶ୍ୱରେ ଟ୍ରକ୍ ରଖି ରଇସ୍ ଚା ପିଇବାକୁ ବାହାରି ଥିବା ବେଳେ ବିପରୀତ ପଟୁ ଆସୁଥିବା କୌଣସି ଗୋଟାଏ ଡମ୍ପର୍ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଅତି ସାଙ୍ଘାତିକ ଅବସ୍ଥାରେ ପଡ଼ିଥିବା ରଇସ୍ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ୍ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।
ସେ ମୃତ ବୋଲି ଡାକ୍ତରମାନେ ସେଠାରେ ଘୋଷଣା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/accident90-news-first.jpg)