ଅଭିନେତ୍ରୀ ନିକିତା ହତ୍ୟାକାଣ୍ଡ: ଶ୍ବଶୁର ଓ ଶାଶୂଙ୍କୁ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ : ଓଲିଉଡ୍‌ ତଥା ଓଡ଼ିଆ ସିରିଅଲ୍‌ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ‘ନିକିତା’ ହତ୍ୟା ଅଭିଯୋଗ ମାମଲାରେ ମୃତକଙ୍କ ଶ୍ବଶୁର ଲିଙ୍ଗରାଜ ସାହୁ ଓ ଶାଶୂ କୁନ୍ତଳା ସାହୁଙ୍କ ଆଗୁଆ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ଆସନ୍ତା ୮ ତାରିଖରେ ହେବ। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବ। ହାଇକୋର୍ଟର ବିଚାରପତି ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଲିଙ୍ଗରାଜ ଓ ଶକୁନ୍ତଳାଙ୍କ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଦ୍ୟାଧର ପ୍ରଧାନ ମାମଲା ପରିଚାଳନା କରୁଥିବା ବେଳେ ଦୀପ୍ତି ମିଶ୍ର ଓ ଶୁଭାଶିଷ ମହାପାତ୍ର ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର