ବୁର୍ଲା : ବୁର୍ଲା ଥାନା ଚିପିଲିମା ପାଓ୍ଵାର ଚେନାଲ୍ରୁ ଶୁକ୍ରବାର ଦୁଇ ନବ ଜାତକ ଶିଶୁ(ପୁତ୍ର)ଙ୍କ ଶବ ଉଦ୍ଧାର କରାଯାଇଛି। ଦିନ ୧୨ଟାରେ ସ୍ଥାନୀୟ ଲୋକେ ଦୁଇ ଶିଶୁଙ୍କ ଶବ ପାଣିରେ ଭାସୁଥିବା ଦେଖି ଚିପିଲିମା ଫାଣ୍ଡି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଉଭୟ ନବ ଜାତକଙ୍କ ଗଳିତ ଶବ ଉଦ୍ଧାର କରିଥିଲେ। ଏନେଇ ବୁର୍ଲା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।