ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

ଖୁଣ୍ଟୁଣୀ : କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅଧୀନ କାପୁରସିଂ ଗ୍ରାମ ଖେଳପଡିଆ ସମ୍ମୁଖରେ ଆଜି ମଧ୍ୟାହ୍ନ ୧୨ଟା ବେଳେ ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ଶୋଚନୀୟ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ବାଇକ ଆରୋହୀ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ସାରୁଆଳି ଗ୍ରାମର ନିବାରଣ ମାହୁନ୍ତଙ୍କ ପୁଅ ଟୁକୁନା ମାହୁନ୍ତ (୨୬)।

ପୁଲିସ ସୂଚନା ମୁତାବକ, ଟୁକୁନା ଆଜି ଏକ ସ୍ପ୍ଲେଣ୍ଡର ବାଇକ (ଓଡି୦୬ଏ୯୩୫୨)ରେ କଟକ ଅଭିମୁଖେ ଯାଉଥିବା ବେଳେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ ୬ ଚକିଆ ଟ୍ରକ ବାଇକକୁ ଧକ୍କା ଦେଇଥିଲାା ଫଳରେ ଟ୍ରକ ଚକା ତଳେ ପଡି ବାଇକ ଆରୋହୀ ଟୁକୁନାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲାା ଗୁରୁଡ଼ିଝାଟିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବାଇକକୁ ଜବତ କରିବା ସହ ମୃତ ବାଇକ ଆରୋହୀଙ୍କ ଶବକୁ ବ୍ୟବଛେଦ ପାଇଁ ଆଠଗଡ଼ ପଠାଇଛି।

ସମ୍ବନ୍ଧିତ ଖବର