ପୁରୀ: ବୁଧବାର ବିଳମ୍ବିତ ରାତ୍ରୀରେ ମାଳତୀପାଟପୁର ଓଭରବ୍ରିଜ୍ରେ ବାଇକ୍ ଦୁର୍ଘଟଣା ଘଟିବାରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଆହତ ହୋଇଛନ୍ତି। ଆହତ ବାଇକ୍ ଆରୋହୀଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମୃତବ୍ୟକ୍ତି ଦୁହେଁ ହେଉଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀର ବିଶ୍ୱଜିତ ବାରିକ ଏବଂ ରୁଦ୍ର ବାରିକ। ତୃତୀୟଜଣଙ୍କର ପରିଚୟ ମିଳିନାହିଁ।
ତିନିଜଣ ଗୋଟାଏ ବାଇକ୍ରେ ମାଳତୀପାଟପୁର ଓଭର୍ବ୍ରିଜ୍ ଦେଇ କୋଣାର୍କ ଆଡ଼କୁ ଯାଉଥିଲେ। ବାଇକ୍ ଉପରୁ ନିୟନ୍ତ୍ରଣ ହରାଇବା ଯୋଗୁଁ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଜଣାପଡୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/accident-aa-1.jpg)