କୋଠଘର ଭୁଶୁଡି ୨ଭାଇଙ୍କ ମୃତ୍ୟୁ ଘଟଣା; ବାଣଭିଡ଼ାରୁ ବିସ୍ଫୋରଣ: ପୁଲିସ

ବାଙ୍କୀ/ଅଂଶୁପା : ବୋମାମାଡ଼ ନୁହେଁ ବରଂ ବାଣ ଭିଡ଼ୁଥିବାବେଳେ ଉଡ଼ିଗଲା ଗାଁ କୋଠଘର। ସେଥିରେ ଚାପି ହେଇ ପ୍ରାଣ ହରାଇଛନ୍ତି ଦୁଇ ସଂପର୍କୀୟ ଭାଇ। ବାଙ୍କୀ ଥାନା‌ ସୁବର୍ଣ୍ଣପୁର ପଞ୍ଚାୟତର ଘୋଡାବର ଗାଁ ହରିଜନ ସାହିରେ ଗତରାତିରେ ବିସ୍ଫୋରଣରେ ଭୁଶୁଡ଼ି ପଡ଼ିଥିବା ଘର ସିମେଣ୍ଟ କଂକ୍ରିଟ ତଳୁ ୫ଟି ଅଫୁଟା ବୋମା, ସୁତୁଲି, କଡେଇ ସହ ବିଭିନ୍ନ ବାଣ ତିଆରି ସାମଗ୍ରୀ ଜବତ୍ କରିବା ପରେ ଘଟଣା ବୋମାମାଡ ଯୋଗୁଁ ନୁହେଁ ବରଂ ବାଣ ତିଆରି ସମୟରେ ବିସ୍ଫୋରଣରୁ ଘଟିଛି ବୋଲି ସ୍ପଷ୍ଟ କରିଛନ୍ତି ବାଙ୍କୀ ଥାନା ଅଧିକାରୀ ସମୀର ପଣ୍ଡା। ଅନ୍ୟପଟେ ବୋମାମାଡରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଓ ପୁଲିସ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର