ତଳି ପକାଉଥିବା ବେଳେ ବଜ୍ରାଘାତ, ୨ ଭାଇ ମୃୃତ

କର୍ଲାମୁଣ୍ଡା : ବିଲକୁ ତଳି ପକାଇବାକୁ ଯାଇଥିବା ବେଳେ ଶନିବାର ଅପରାହ୍ନରେ ବଜ୍ରାଘାତ ଯୋଗୁଁ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ ଗୋଛାଡେଙ୍ଗେନ ପଞ୍ଚାୟତର ସାନସୋର୍ଡା ଗ୍ରାମର ଦୁଇଭାଇ ଶ୍ରୀକର ମାଝୀ(୪୫) ଓ ବିଶ୍ୱକର୍ମା ମାଝୀ ଓରଫ ଘୁଲି (୩୫) ଆଜି ନିଜ କ୍ଷେତରେ ତଳି ପକାଉଥିବା ବେଳେ ବଜ୍ରଘାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇଭାଇଙ୍କ ମୃତ୍ୟୁ ଘଟିଥିଲା। ରିଷିଡ଼ା ଫାଣ୍ଡି ଅଧିକାରୀ ଲବରାମ ଛତ୍ରିଆ ଘଟଣାସ୍ଥଳରେ ପହଞ୍ଚି ଶବ ପଞ୍ଚନାମା କରିଥିଲେ। ରାତି ହୋଇ ଯିବାରୁ ରବିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି। ଏପରି ଅଭାବନୀୟ ଘଟଣାରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର