ପୋଖରୀରେ ବୁଡ଼ି ୨ଶିଶୁ ମୃତ

ମାଥିଲି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ନାୟକଗୁଡା ପଞ୍ଚାୟତ ଅନ୍ତର୍ଗତ ଖଇରାପଲି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଘର ନିକଟରେ ଥିବା ପୋଖରୀରେ ବୁଡି ୨ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତ ୨ଶିଶୁ ସ˚ପର୍କୀୟ ଭଉଣୀ ଅଟନ୍ତି।ସୂଚନା ଅନୁଯାୟୀ, ଖଇରାପଲି ଗ୍ରାମର ରାମ କପେଙ୍କ ଝିଅ ଗୌରୀ(୨) ଓ ରାମଙ୍କ ସାନ ଭାଇ ଲକ୍ଷ୍ମଣ କପେଙ୍କ ଝିଅ ଶ୍ରେୟା(୨) ଆଜି ସକାଳେ ନିଜ ଘର ସମ୍ମୁଖରେ ଖେଳୁଥିଲେ। ଖେଳି ଖେଳି ଗୌରୀ ଓ ଶ୍ରେୟା ଘର ନିକଟରେ ଥିବା ପୋଖରୀ ଆଡକୁ ଚାଲି ଯାଇଥିଲେ। ଉଭୟେ ପୋଖରୀ ଭିତରକୁ ଚାଲି ଯିବାରୁ ବୁଡି ଯାଇଥିଲେ।

ସମ୍ବନ୍ଧିତ ଖବର