ସୁକିନ୍ଦା : ପୋଖରୀରେ ବୁଡ଼ି ଦୁଇ ନାବାଳକ ମୃତ

ସୁକିନ୍ଦା : ସୁକିନ୍ଦା ଥାନା ଅନ୍ତର୍ଗତ ଡୁମାଝର ଗ୍ରାମରେ ଗାଧେଇବାକୁ ଯାଇ ପୋଖରୀରେ ବୁଡ଼ି ଯିବାରୁ ଦୁଇ ନାବାଳକଙ୍କର ଶୋଚନୀୟ ମୃତ୍ୟୁ ହୋଇଯାଇଛି। ମୃତ ଦୁଇ ନାବାଳକ ହେଲେ ଡୁମାଝର ଗ୍ରାମର ଯଶୋବନ୍ତ ମହାନ୍ତଙ୍କ ପୁଅ ସଞ୍ଜିତ ଓ ବିଜୟ କୁମାର ମହାନ୍ତଙ୍କ ପୁଅ ଚିନ୍ମୟ। ଦଶହରା ଛୁଟିରେ ଘରେ ଥିବା ଦୁଇ ନାବାଳକ ଆଜି ସକାଳ ଦଶଟା ବେଳେ ଘର ନିକଟରେ ଥିବା ନଳକୂଅକୁ ଗାଧେଇବାକୁ ଯାଇଥିଲେ। ମାତ୍ର ‌ସମସ୍ତଙ୍କ ଅଜ୍ଞାତରେ ସେଠାରୁ ଗାଁ ପୋଖରୀକୁ ଚାଲି ଯାଇଥିଲେ। ବହୁ ସମୟ ପରେ ସେମାନେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଗାଁ ମୁଣ୍ଡ ପୋଖରୀ କୂଳରେ ଉଭୟଙ୍କ ଚପଲ ପଡ଼ିଥିବା ଦେଖି ଲୋକେ ପାଣିରେ ପଶି ଖୋଜିଥିଲେ। ଏହି ସମୟରେ ଜଣେ ନାବାଳକର ଶରୀର ପାଣି ଉପରକୁ ଭାସି ଉଠିଥିଲା। କିଛି ସମୟ ପରେ ଅନ୍ୟଜଣକୁ ଉଦ୍ଧାର କରାଯାଇଥିଲା। ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର