ସୋନପୁର : ପାଣିରେ ବୁଡ଼ି ଦୁଇ ଶିଶୁ ମୃତ

ସୋନପୁର : ସୋନପୁର ଥାନା ମଲ୍ଲିକମୁଣ୍ଡା ଗ୍ରାମରେ ପାଣିରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମଲ୍ଲିକମୁଣ୍ଡା ଗ୍ରାମର ଉଗ୍ରେ ମହାନନ୍ଦଙ୍କ ଝିଅ ପିଙ୍କି(୫) ଏବଂ ନୃପ ଲୁହାଙ୍କ ଝିଅ ରାକ୍ଷୀ (୮)। ଗୁରୁବାର ଦିନ ୧୨ଟାରେ ଉଭୟ ଶିଶୁ ଗ୍ରାମରେ ଥିବା ପୁଟୁକିମୁଣ୍ଡାକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ। ଉଭୟ ଶିଶୁଙ୍କ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କରାଯାଇ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ପିଙ୍କି ଅଙ୍ଗନବାଡ଼ି କେନ୍ଦ୍ରରେ ପଢୁଥିବାବେଳେ ରାକ୍ଷୀ ତୃତୀୟ ଶ୍ରେଣୀରେ ପଢୁଥିବା ପରିବାର ବର୍ଗ ସୂଚନା‌ ଦେଇଛନ୍ତି। ଏହି ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣାର ତଦନ୍ତ ଫାଣ୍ଡି ଅଧିକାରୀ ସଞ୍ଜୀବ ବସ୍ତିଆ କରୁଛନ୍ତି।

ସମ୍ବନ୍ଧିତ ଖବର