ହସ୍ପିଟାଲରୁ ପତ୍ନୀଙ୍କୁ ଦେଖି ଫେରୁଥିଲେ : ସ୍ୱାମୀଙ୍କ ସମେତ ୨ ମୃତ

ପଟ୍ଟାମୁଣ୍ଡାଇ/କେନ୍ଦ୍ରାପଡ଼ା : ହସ୍ପିଟାଲରେ ଚିକିତ୍ସିତ ପତ୍ନୀଙ୍କୁ ଦେଖି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସ୍ୱାମୀ। ଆଜି ରାତି ପ୍ରାୟ ୮ଟା ବେଳେ କଟକ ଚାନ୍ଦବାଲି ରାସ୍ତାର ପଟ୍ଟାମୁଣ୍ଡାଇ ନିକଟ ପୋହଳ ପେଟ୍ରୋଲ ପମ୍ପ୍‌ ସାମ୍ନାରେ ଏଭଳି ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଗୋଟିଏ ହାଇଓ୍ଵା ଧକ୍କା ବାଇକ୍‌କୁ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇ ଜଣ ହେଉଛନ୍ତି ରାଜନଗର ବ୍ଲକ୍‌ ନୂଆପଡ଼ା ପଂଚାୟତ ଡାଙ୍ଗମାଳ ଗ୍ରାମର ମିଟୁ ନାୟକ ଓ ସୁବାସ ଦାସ(୩୫)। ଏହି ଘଟଣାରେ କଣ୍ଟାବଣ ପଂଚାୟତର କାଠିଆପଡ଼ା ଗାଁର ଅରବିନ୍ଦ ବାରିକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ସୁବାସଙ୍କ ପତ୍ନୀ କେନ୍ଦ୍ରାପଡ଼ା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସଂଧ୍ୟାରେ ବର୍ଷା ପବନ ଆସିବାରୁ ସୁବାସ ଓ ତାଙ୍କ ଶାଳକ ଅରବିନ୍ଦ ଏକ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ପଟ୍ଟାମୁଣ୍ଡାଇ ପଟୁ ଆସୁଥିବା ହାଇଓ୍ଵା ସେମାନଙ୍କୁ ଧକ୍କା ଦେଇଥିଲା।

ସମ୍ବନ୍ଧିତ ଖବର