ଗଛକୁ ପିିଟିଲା ୧୦୮ ଆମ୍ବୁଲାନ୍ସ : ରୋଗୀ ସମେତ ୨ ମୃତ, କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଉଗ୍ରତରା ନଣ୍ଡାବାବା ଆଶ୍ରମ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଆଜି ସକାଳେ ଉତ୍ତ୍ୟକ୍ତ ଲୋକେ ଶବ ରଖି ରାସ୍ତାରୋକ କରିଥିଲେ।

ପ୍ରକାଶ ଯେ, ଗତକାଲି ରାତିରେ ଚାନ୍ଦବାଲି ବ୍ଲକର କାଣ୍ତଗରଡ଼ି ଗାଁର ଉପେନ୍ଦ୍ର ସାହୁଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ରାତି ଗୋଟାଏ ବେଳେ ଚାନ୍ଦବାଲି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମେଡିକାଲର ଡାକ୍ତର ଗୟାଧର ସାହୁ ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଅଧିକ ଚିକିତ୍ସା ପାଇଁ ଭଦ୍ରକ ସ୍ଥାନାନ୍ତର କରିଥିଲେ। ରାତି ୩ଟାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ମେଡିକାଲଠାରୁ ୭ କିମି ଦୂର ଉଗ୍ରତରା ନଣ୍ତାବାବା ଆଶ୍ରମ ନିକଟରେ ଏକ ଗୋରୁ ରାସ୍ତା ଉପରକୁ ମାଡ଼ି ଆସିବା ଫଳରେ ଡ୍ରାଇଭର ହଡ଼ବଡ଼େଇ ଯାଇ ୧୦୮ ଆମ୍ବୁଲାନ୍ସ ଏକ ଗଛକୁ ପିଟି ହୋଇ ଯାଇଥିଲା। ଘଟଣାସ୍ଥଳରେ ଆମ୍ବୁଲାନ୍ସର ହେଲପର ପ୍ରମୋଦ ପରିଡ଼ା(୩୦) ଓ ଉପେନ୍ଦ୍ର(୭୦)ଙ୍କର ମୃତ୍ୟୁ ହୋଇଥିଲା। ଆମ୍ବୁଲାନ୍ସରେ ବସିଥିବା ଉପେନ୍ଦ୍ରଙ୍କ ପୁଅ ସ˚ଜୟ ସାହୁ ଓ ୧୦୮ ଫାର୍ମାସିଷ୍ଟ ନିରୋସ ସାହୁ ଗୁରୁତର ଆହତ ହୋଇଥିଲେ।

ମୃତକ ପରିବାରଙ୍କୁ ୧୦ଲକ୍ଷ ଓ ଗୁରୁତର ଆହତଙ୍କୁ ୨ଲକ୍ଷ ଟଙ୍କାର ସରକାରୀ ଚିକିତ୍ସା ଯୋଗାଇ ଦେବାକୁ ଦାବି କରି ଭଦ୍ରକ ଚାନ୍ଦବାଲି ମୁଖ୍ୟରାସ୍ତାର କାଳୀମନ୍ଦିର ନିକଟରେ ଶବ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

ସମ୍ବନ୍ଧିତ ଖବର