ଗଛରେ ପିଟି ହେଲା କାର୍‌, ୨ ମୃତ

ସୋହେଲା : ଶୁକ୍ରବାର ରାତିରେ ୫୩  ନଂ. ଜାତୀୟ ରାଜପଥ କଡ଼ ଏକ ନିମ୍ବ ଗଛରେ ଏକ କାର୍ (ସିଜି ୦୪ କେଜେଡ୍‌-୪୮୪୩) ପିଟି ହେବାରୁ ଗାଡ଼ିରେ ବସିଥିବା ୨ ଜଣଙ୍କୁ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ସୋହେଲା ଥାନା ଅନ୍ତର୍ଗତ ମଧୁପୁର ଛକ ନିକଟରେ। ମୃତକ ଦୁଇ ଜଣ ହେଲେ ଛତିଶଗଡ ରାଜ୍ୟ ବିଲାସପୁର ସିିଭିଲ ଲାଇନର ଜାଭେଦ ଅକତର(୩୪) ଓ ଚନ୍ଦ୍ରପ୍ରକାଶ ଓରଫ ଚ˚ଚଲ ଜାନଗେଡା (୩୪)। ଆହତ ହେଲେ ରାୟପୁର ନେହେରୁ ନଗର ଷ୍ଟେସନ ରୋଡ୍‌ର ରବୀନ୍ଦ୍ର ପ୍ରକାଶ ଜୈନ ଓରଫ ବୋଥ୍ରା (୨୭)। କାରରେ ସଂପୃକ୍ତ ତିନି ଜଣ ରାୟପୁରରୁ ସୁନ୍ଦରଗଡ଼ ଯାଉଥିଲେ। ସୋହେଲାରୁ ୫ କିଲୋମିଟର ଦୂର ମଧୁପୁର ଛକ ନିକଟ ବାମ ପାର୍ଶ୍ବରେ ଥିବା ଏକ ନିମ୍ବ ଗଛରେ ଗାଡ଼ିଟି ପିଟି ହୋଇଥିଲା। ପିସିଆର ଭ୍ୟାନରେ ପେଟ୍ରୋଲି˚ କରୁଥିବା ପୁଲିସ କର୍ମଚାରୀ ଘଟଣାସ୍ଥଳକୁ ପହ˚ଚିଥିଲେ। ଆହତଙ୍କୁ ଆମ୍ବୁଲାନ୍ସରେ ସୋହେଲା ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ଗୁରୁତର ଆହତ ଚନ୍ଦ୍ରପ୍ରକାଶ ଏବ˚  ଜାଭେଦକୁ ମୃତ ଘୋଷଣା କରିଥିଲେ। ଆହତ ରବୀନ୍ଦ୍ର ପ୍ରକାଶଙ୍କୁ ପ୍ରାଥମିକ ଚିକିତ୍ସା କରି ଛାଡି ଦିଆଯାଇଛି। ଖବର ପାଇ ପରିବାର ବର୍ଗ ଆସି ପହ˚ଚିଥିଲେ। ଶବ ବ୍ୟବଚ୍ଛେଦ ପରେ ପୁଲିସ୍ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର