ସୁନ୍ଦରଗଡ଼ : ହାତୀ ଆକ୍ରମଣରେ୨ ମୃତ

କୁତ୍ରା/କୁଆରମୁଣ୍ଡା/ ଗଡ଼ପୋଷ : ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ରାତିରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ହାତୀଙ୍କ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ହାତୀ ପ୍ରବଣ ଗ୍ରାମାଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି।

ଗୁରୁବାର ରାତିରେ ୬ଟି ହାତୀ କୁତ୍ରା ବ୍ଲକ୍‌ର ସିଆଲ୍‌ଯୋର ଗାଁର ଧାନକ୍ଷେତରେ ପଶି ଧାନ ଖାଉଥିବା ବେଳେ ଗାଁ ଲୋକେ ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ। ସେତିକିବେଳେ ଗାଁର ଗୋବିନ୍ଦ ସା (୫୦) ହଠାତ୍ ହାତୀର ନିକଟତର ହୋଇ ଯିବାରୁ ଦନ୍ତାଟି ତାଙ୍କୁ ଶୁଣ୍ଢରେ ଘୋଷାଡ଼ି ନେଇ କଚାଡ଼ି କଚାଡ଼ି ମାରିଦେଇଥିଲା। ଏହି ଆକ୍ରମଣରୁ ଅନ୍ୟ ୨ ଜଣ ଅଳ୍ପକେ ବର୍ତ୍ତିଯାଇଥିଲେ। ସେହିପରି ଗତକାଲି ରାତିରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ହାତୀବାରି ଗୋଟିଟାଙ୍ଗରାନି ନିକଟରେ ହାତୀ ଆକ୍ରମଣରେ ଲୁଗା ବେପାରୀ ମହମ୍ମଦ ମସୁଦ ଆଲାମ (୬୦)ଙ୍କର ମୃତ୍ୟୁ ଘଟିଛି। ସେ ହାଟରେ ଲୁଗା ବିକ୍ରି କରିସାରି ଘରକୁ ଫେରିବା ବାଟରେ ବଣୁଆ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ।

ସମ୍ବନ୍ଧିତ ଖବର