ବଜ୍ରାଘାତରେ ମାମୁ-ଭଣଜା ମୃତ

ଟିଟିଲାଗଡ଼ : ଭୋଜି କରିବାକୁ ଯାଇଥିବା ବେଳେ ବଜ୍ରାଘାତ ହେବାରୁ ମାମୁ- ଭଣଜାଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ମ. ରାମପୁରର ସିଆରପିଏଫ ଯବାନ ନିମାଇଁ ସାହୁ (୩୫) ନୂଆଁଖାଇ ପାଇଁ ଛୁଟିରେ ଘରକୁ ଆସିଥିଲେ। ସେ ରବିବାର ମାମୁ ମନୋରଞ୍ଜନ ମହାକୁଡ଼(୪୩) ଓ ବିଜେପୁର ଗାଁରେ ଥିବା ତାଙ୍କର କିଛି ବନ୍ଧୁଙ୍କ ସହ ବିଜେପୁର ନିକଟ ମାଥନପଲା କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଭୋଜି କରିବା ପାଇଁ ଯାଇଥିଲେ। ଭୋଜି ସରିବା ପରେ ସଂଧ୍ୟା ପ୍ରାୟ ୫ଟାରେ ଘରକୁ ଫେରିବା ବେଳେ ହଠାତ ବର୍ଷା ସହ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ନିମାଇଁ ଓ ମନ ଟଳି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଟିଟିଲାଗଡ଼ ଡାକ୍ତରଖାନା ଅଣା ଯାଇଥିଲା। ଏଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଭୋଜିରେ ଉପସ୍ଥିତ ଥିବା ଅନ୍ୟ ୩ ଜଣ ଆହତ ହୋଇ ଟିଟିଲାଗଡ଼ରେ ଚିକିତ୍ସିତ ହେଉଛନ୍ତି। ଟିଟିଲାଗଡ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର