ଟ୍ରକ୍‌ ଚାପାରେ ଦୁଇ ମୃତ

ଏସ୍‌. ରାମପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା ପଞ୍ଚାୟତ ସାରସମାଲ ବଜାର ନିକଟରେ ଟ୍ରକ୍‌ ଚାପାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ସାହାଜବାହାଲ ଗ୍ରାମର ଅଧିକାରୀ ଦୀପ (୪୦) ଓ ମାୟାବର୍ହା ଗ୍ରାମର ସୁରେଶ ପଧାନ (୪୧)। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଶବ ରଖି ରାସ୍ତାରୋକ କରିଥିଲେ।

ପ୍ରକାଶ ଯେ, ଅଧିକାରୀ ଏବଂ ସୁରେଶ ରାମପୁର ପଟକୁ ଏକ ବାଇକ୍‌ରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେବା ସହ କିିଛି ଦୂର ଘୋଷାଡ଼ି ନେଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଓ ମୃତକଙ୍କ ପରିବାର ପକ୍ଷରୁ ଶବ ରଖି ରାସ୍ତାରୋକ କରାଯାଇଥିଲା। ମୃତକ ଦୁଇ ଜଣ ନଳକୂପ ମରାମତି ଶ୍ରମିକ ହୋଇଥିବାରୁ ସଂପୃକ୍ତ ବିଭାଗ ପକ୍ଷରୁ ମଧ୍ୟ କ୍ଷତିପୂରଣ ପ୍ରଦାନ କରାଯିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର